ବାରଣାସୀ, 3 ଅକ୍ଟୋବର (ହି.ସ.)
- ଭାରତୀୟ
ଶାସ୍ତ୍ରୀୟ ସଙ୍ଗୀତର ଅଗ୍ରଣୀ ଓ ପଦ୍ମବିଭୂଷଣ ପ୍ରାପ୍ତ ପଣ୍ଡିତ ଛନ୍ନୁଲାଲ୍ ମିଶ୍ରଙ୍କ ପାର୍ଥିବ
ଶରୀର ଗୁରୁବାର ବିଳମ୍ବିତ ରାତିରେ ମୋକ୍ଷନଗରୀ କାଶୀର ମଣିକର୍ଣ୍ଣିକା ଘାଟରେ ପଞ୍ଚତତ୍ୱରେ
ବିଳୀନ ହୋଇଛି । ତାଙ୍କ ନାତି ରାହୁଲ୍ ମିଶ୍ର ତାଙ୍କୁ ମୁଖାଗ୍ନି ଦେଇଥିଲେ। ତାଙ୍କର ଅନ୍ତିମ
ସଂସ୍କାର ରାଜକୀୟ ସମ୍ମାନ ସହିତ ସମ୍ପନ୍ନ ହୋଇଛି । ଏହି ସମୟରେ ବହୁ ସଂଖ୍ୟକ ସଙ୍ଗୀତପ୍ରେମୀ, ଶିଷ୍ୟ ଓ ବିଶିଷ୍ଟ ବ୍ୟକ୍ତିବର୍ଗ ଘାଟରେ ଉପସ୍ଥିତ ଥିଲେ ଓ ତାଙ୍କୁ
ଅନ୍ତିମ ବିଦାୟ ଦେଇଥିଲେ।
ଗୁରୁବାର ସକାଳ ସାଢେ
ଚାରିଟା ସମୟରେ ମୀରଜାପୁର ସ୍ଥିତ ତାଙ୍କର ଝିଅ ପ୍ରଫେସର ନମ୍ରତା ମିଶ୍ରଙ୍କ ଘରେ ପଣ୍ଡିତଙ୍କ ଦେହାନ୍ତ
ହୋଇଥିଲା,
ଯେଉଁଠାରେ ସେ ଗତ ତିନି ବର୍ଷ ଧରି ରହୁଥିଲେ। ତାଙ୍କର ପାର୍ଥିବ ଶରୀର
ଦ୍ୱିପ୍ରହରରେ ବାରାଣସୀ ସ୍ଥିତ ବଡ଼ୀ ଗୈବୀ ଅଞ୍ଚଳରେ ଥିବା ତାଙ୍କର ଘରକୁ ଆଣାଯାଇଥିଲା, ଯେଉଁଠାରେ ସାଧାରଣ ଲୋକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ
ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା