ଆଗରା ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଡଜନେରୁ ଅଧିକ ଲୋକ, 3 ମୃତ
ଆଗରା, 3 ଅକ୍ଟୋବର (ହି.ସ.) - ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ଥାନା ଖୈରାଗଡ଼ ଅଞ୍ଚଳର ଗ୍ରାମ କୁସିଆପୁରରୁ ପୁରୁଷ ଓ ମହିଳାମାନେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ଥିବା ଡୁଙ୍ଗରୱାଲା ଗ୍ରାମ (ଥାନା ଖୈରାଗଡ଼) ନିକଟର ଉଟଙ୍ଗନ ନଦୀ କୂଳକୁ ଯାଇଥିଲେ। ବିସର୍ଜନ ସମୟରେ ପ୍
ଆଗରା ଦୁର୍ଗା ମୂର୍ତ୍ତି     ବିସର୍ଜନ ବେଳେ ନଦୀରେ ଭାସିଗଲେ ଡଜନେରୁ ଅଧିକ ଲୋକ, 3 ମୃତ


ଆଗରା, 3 ଅକ୍ଟୋବର (ହି.ସ.)

- ଉତ୍ତର ପ୍ରଦେଶର

ଆଗ୍ରା ଜିଲ୍ଲା ଥାନା ଖୈରାଗଡ଼ ଅଞ୍ଚଳର ଗ୍ରାମ କୁସିଆପୁରରୁ ପୁରୁଷ ଓ ମହିଳାମାନେ ଦୁର୍ଗା ମୂର୍ତ୍ତି

ବିସର୍ଜନ ପାଇଁ ଥିବା ଡୁଙ୍ଗରୱାଲା ଗ୍ରାମ (ଥାନା ଖୈରାଗଡ଼) ନିକଟର ଉଟଙ୍ଗନ ନଦୀ କୂଳକୁ

ଯାଇଥିଲେ। ବିସର୍ଜନ ସମୟରେ ପ୍ରାୟ 12 ଜଣ ନଦୀର ତୀବ୍ର ସ୍ରୋତରେ ଭାସିଯାଇଛନ୍ତି। ଏହିମାନଙ୍କ ମଧ୍ୟରୁ

3 ଜଣଙ୍କର ବୁଡିଯାଇ ମୃତ୍ୟୁ ହୋଇଛି ଓ ଜଣେ ବ୍ୟକ୍ତିଙ୍କୁ ରେସ୍କ୍ୟୁ କରି ଉଦ୍ଧାର କରାଯାଇଛି।

ବାକି ଅନ୍ୟ 8 ଜଣଙ୍କ ତଲାସୀ ଜାରି ରହିଛି।

ଗ୍ରାମବାସୀଙ୍କ ମୁତାବକ

ମୂର୍ତ୍ତି ବିସର୍ଜନ ସମୟରେ ଉଟଙ୍ଗନ ନଦୀର ତୀବ୍ର ପାଣିରେ ଭାସିଯାଇଥିଲେ କିଛି ଲୋକ। ସୂଚନା

ପାଇବା ମାତ୍ରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ବୁଡାଳି ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ

ଓମପାଳ,

ଗଗନ୍ ଓ ବିଷ୍ଣୁଙ୍କୁ ବାହାର କରି ଚିକିତ୍ସା ପାଇଁ ଏସଏନ୍‌ ମେଡିକାଲ୍

କଲେଜ୍‌ ଆଗ୍ରାକୁ ପଠାଯାଇଥିଲା। ଚିକିତ୍ସା ସମୟରେ ଓମପାଲ ଓ ଗଗନଙ୍କର ମୃତ୍ୟୁ ଘଟିଛି ଓ ବିଷ୍ଣୁ

ଚିକିତ୍ସାଧୀନ ଅଛନ୍ତି।

ରାତି 8:30 ବଜେ ଅନ୍ୟ ଜଣଙ୍କ

ମୃତଦେହ ମଧ୍ୟ ନଦୀରୁ ବାହାର କରି ପୋଷ୍ଟମର୍ଟମ ପାଇଁ ଏସଏନ୍ ମେଡିକାଲ୍ କଲେଜ୍‌କୁ ପଠାଯାଇଛି। ଏହିପରି

ଘଟଣାରେ ଏପର୍ଯ୍ୟନ୍ତ 3 ଜଣଙ୍କର ମୃତ୍ୟୁ ହୋଇଛି ଓ 8 ଜଣ ନଦୀରେ ବୁଡିଯାଇ ନିଖୋଜ ଅଛନ୍ତି, ସେମାନଙ୍କ ତଲାସୀ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande