
ବଲାଙ୍ଗିର, 30 ଅକ୍ଟୋବର (ହି.ସ.)
ଆସନ୍ତା ଅକ୍ଟୋବର ୩୧ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ କଟକର ନେତାଜୀ ଇନଡୋର ଷ୍ଟାଡିୟମ ରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ରାଜ୍ୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି । ଏଥିରେ ସବ୍ ଜୁନିୟର ବାଳିକା ଫାଇଟିଂ ଓ ପୁମ୍ସେଇ ବିଭାଗରେ ପ୍ରିୟାଂସି ପଣ୍ଡା, ଜେନିସା ପୋଡ, ଦିଶାରାଣୀ ମହାଲିଙ୍ଗ ଓ ବାଳକ ବିଭାଗରେ ସିମାଦ୍ରି ଆଦେଶ, ଶିବାଂଶୁ ଶେଖର ଦ୍ୱାରୀ ଭାଗ ନେଇଥିବା ବେଳେ ବାଳିକା କେଡେଟ୍ ବିଭାଗରେ ସ୍ନେହା ଆତ୍ମଜା ଦ୍ୱାରୀ, ବାଳକ ବିଭାଗରେ ମିଥିଲେଶ ବେହେରା ଓ ସିନିୟର ବାଳକ ବିଭାଗରେ ବଲ୍ଲଭ ବିଶ୍ୱାଲ ଭାଗ ନେବେ ବୋଲି ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସୂଚନା ଦିଆଯାଇଛି । ଆଜି ଏହି ଆଠ ଜଣିଆ ଟିମ୍ କୋଚ ଅସୀମ ଭୋଇ ଙ୍କ ନେତୃତ୍ୱରେ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସଭାପତି ତଥା ଆରଟିଆଇ ଏକ୍ଟିଭିଷ୍ଟ ହେମନ୍ତ ପଣ୍ଡା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ