ଜିଏମୟୁ ଅର୍ଥନୀତି ବିଭାଗରେ ପିଏମ ଉଷା ବକ୍ତୃତା
ଜିଏମୟୁ ଅର୍ଥନୀତି ବିଭାଗରେ ପିଏମ ଉଷା ବକ୍ତୃତା
ଜିଏମୟୁ ଅର୍ଥନୀତି ବିଭାଗରେ ପିଏମ ଉଷା ବକ୍ତୃତା


ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.)

ସମ୍ବଲପୁରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଜିଏମୟୁ ଆନୁକୁଲ୍ୟରେ ପ୍ରକ୍ରିୟା ଯୋଗ୍ୟ ଜୈବିକ ଅର୍ଥନୀତି ଓ ଫସଲ ବର୍ଜ୍ୟ ଵସ୍ତୁ ପରିଚାଳନା ସମ୍ପର୍କିତ ଏକ ଆମନ୍ତ୍ରିତ ବକ୍ତୃତା କାର‌୍ୟ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଜାତୀୟ ଶିକ୍ଷାନୀତି ତାଲିମ କ୍ରମ ରେ ଏହି କାର‌୍ୟ୍ୟକ୍ରମ ଯୋଜନା କରାଯାଇଛି। ଡ଼. ଦୁଃଖବନ୍ଧୁ ସାହୁ, ସହଯୋଗୀ ପ୍ରଫେସର, ଆଇଆଇଟି ଭୁବନେଶ୍ୱର ଏଥିରେ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ଅନୁ ରଞ୍ଜନ ଟେଟେ ଙ୍କ ସଂଯୋଜନା ରେ ଆୟୋଜିତ ବୌଦ୍ଧିକ ସମାରୋହ ରେ ଅଧ୍ୟାପକ ପ୍ରିୟଦର୍ଶୀ ଯୋଶୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ମୁରଲୀଧର ମାଝୀ ସ୍ବାଗତ ଭାଷଣ କରିଥିବାବେଳେ ଉପ କୂଳସଚିବ ତଥା ବିଭାଗୀୟ ମୁଖ୍ୟ ଡ଼. ଉମା ଚରଣ ପତି ପିଏମ -ଉଷା ର ଆଭିମୁଖ୍ୟ ତଥା ଶିକ୍ଷା ବ୍ୟବସ୍ଥାରେ ଏଭଳି କାର‌୍ୟ୍ୟକ୍ରମର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଡ଼. ସାହୁ ନିଜ ବକ୍ତବ୍ୟ ରେ ମଣିଷ ଓ ପର‌୍ୟ୍ୟାବରଣ ମଧ୍ୟରେ ଥିବା କୁଟୀଳ ସମ୍ପର୍କ ବିଷୟ ରେ କହିଥିଲେ। ବସ୍ତୁବାଦୀ ଦୁନିଆରେ ପରିବେଶ ର ଅବକ୍ଷୟ ଉପରେ ସେ କହିଥିଲେ। ତେଣୁ ମଣିଷର ଉନ୍ନତି ତଥା ପରିବେଶ ଉପରେ ଚାପ କମାଇବା ପାଇଁ ସର୍କଲାର ଅର୍ଥନୀତି ର ଉପଯୋଗୀତା ବିଷୟ କହିଥିଲେ। ଆହୁରି, କୃଷି ରୁ ବାହାରୁଥିବା ବର୍ଜ୍ୟ ର ପୁନଃ ବ୍ୟବହାର ବିଷୟରେ ଆଲୋକପାତ କରିଥିଲେ। ଡ଼ ସାହୁ ଆହୁରି କୃଷି ବର‌୍ୟ୍ୟକୁ ଚାଷୀ ମାନେ କାହିଁକି ପୁନଃ ବ୍ୟବହାର କରୁନାହାଁନ୍ତି, ସେ ବିଷୟ ଉଲ୍ଲେଖ କରିଥିଲେ। ଜ୍ଞାନ ର ସଂକୀର୍ଣ୍ଣତା ତଥା କ୍ଷମତା ଓ ଢାଞ୍ଚାଗତ ଅଭାବ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ । ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଅନୁରଞ୍ଜନ ଟେଟେ ଧନ୍ୟବାଦ ଅର୍ପଣ କରିଥିଲେ। କାର‌୍ୟ୍ୟକ୍ରମରେ ୨ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande