
ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.) ମାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଓ କଳାକାର ମାନଙ୍କ ପକ୍ଷରୁ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା। ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଏହାକୁ ଉଦଘାଟନ କରିଥିଲେ। ପ୍ରଫୁଲ୍ଲ ହୋତା, ଦେବ କୁମାର ଅଜମେରୀଆ, ଶ୍ୟାମ ସୁନ୍ଦର ଧର, ରତନ ପୂଜାରି, ଶଙ୍କର ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ ଓ ସୁଶୀଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବୀଣ ଓ ତରୁଣ କଣ୍ଠଶିଳ୍ପୀ ଶ୍ରୀନୁ ଦାସ, ସମୀର ଦାସ, ସ୍ମୃତିକା ମିଶ୍ର, ଶୁଭଲକ୍ଷ୍ମୀ ବେହେରା, ପ୍ରଣତି ଚକ୍ରବର୍ତ୍ତୀ, ପଲ୍ଲବୀ ରାୟ, ଧନୁଶ୍ରୀ ସିଂହ, ନୂପୁର ମଲ୍ଲିକ, ସିଲ୍କି ବହିଦାର, ସୁମନ୍ ମେହେର ଓ କ୍ଷୀର ବାଗ ପ୍ରମୁଖ ସୁମଧୁର କଣ୍ଠରେ ଭଜନ ପରିବେଷଣ କରିଥିଲେ। ସଙ୍ଗୀତ ଏବଂ ବାଦ୍ୟ ଯନ୍ତ୍ର ରେ ଦେବାଶିଷ ପାଢ଼ୀ, ଭାଗିରଥୀ ସିଂଦେଓ, କ୍ଷିତିଶ ଚନ୍ଦ୍ର ବାଗ, ଦିବାକର ମହାନନ୍ଦ, କୃଷ୍ଣ ଚନ୍ଦ୍ର ବାଗ ଓ ସୁରେନ୍ଦ୍ର ଶତପଥୀ ସହଯୋଗ କରିଥିଲେ । ଦେବାଶିଷ ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଓ ତ୍ରିଲୋଚନ ତ୍ରିପାଠୀ ପରିଚାଳନା କରିଥିଲେ। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ରବିବାର ସନ୍ଧ୍ୟାରେ ଏହିପରି ‘ଭଜନ ସନ୍ଧ୍ୟା’ ନିୟମିତ ଭାବରେ ଆୟୋଜନ କରାଯାଉଛି। ମା' ଙ୍କ ପୀଠ ସମ୍ବଲପୁର ର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ଏବଂ ଆଗାମୀ ଦିନରେ ଏ ଦିଗରେ ଟ୍ରଷ୍ଟ ବୋର୍ଡ ଆହୁରି ଅନେକ ପଦକ୍ଷେପ ନେବାକୁ ଯୋଜନା କରିଛି ବୋଲି ସଭାପତି ଶ୍ରୀ ବାବୁ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ