ଚୋରି ମାମଲାର ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ
ଚୋରି ମାମଲାର ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ
ଚୋରି ମାମଲାର ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ


ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.) ଏକ ଚୋରି ମାମଲାକୁ ବିଚାର କରି ଜେଏମ୍‌ଏଫ୍‌ସି -୨(ସିଟି) ସ୍ୱୟଂସିକ୍ତା ପତି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଖର୍ସେଲ(୩୦)କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ କରିଛନ୍ତି । ଆଇପିସି ଧାରା ୪୫୪ରେ ୩ବର୍ଷ ସଶ୍ରମ କାରାଦଣ୍ଡ, ୧୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ୩ମାସ ଦଣ୍ଡିତ କରାଯାଇଛି । ସେହିପରି ଅଭିଯୁକ୍ତକୁ ଆଇପିସି ଧାରା ୩୮୦ ଅନୁଯାୟୀ ୧ବର୍ଷ ସଶ୍ରମ କାରାଦଣ୍ଡ, ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ସ୍ଥଳେ ୨ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏପିପି ତ୍ରିନାଥ ବଡପଣ୍ଡା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ । ପ୍ରକାଶ ଯୋଗ୍ୟ ଯେ, ଗତ ୨୦୧୯ ଅକ୍ଟୋବର ୧୦ତାରିଖ ମଧ୍ୟାହ୍ନରେ ଯୁଯୋମୁରା ଥାନା ମେଘପାଳ ଚଉଦ ଏକର ଗ୍ରାମର ସେଲସେୟସ ବାଗୀଙ୍କ ଘର କବାଟ ଭାଙ୍ଗି ଅଭିଯୁକ୍ତ ଏକ ରୂପା ଚେନ୍ ଓ ୨ହଜାର ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲା । ସେ ଚୋରି କରି ଯାଉଥିବା ବେଳେ ପାଖ ପଡୋଶୀ ଏହା ଦେଖି ପାଟି କରିଥିଲେ । ପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଇଥିଲା । ଏଥିସହ ଅଭିଯୁକ୍ତ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରି ଶାସନ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ପରେ ପୋଲିସ ଏହି ଅଭିଯୁକ୍ତକୁ ଗିରଫ କରି ସେହିବର୍ଷ ଡିସେମ୍ବର ତାରିଖରେ ପୋଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ମୋଟ ୮ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରକାଶ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande