ଡାକ୍ତର ନିର୍ମଳ ମିଶ୍ର ଙ୍କ ସ୍ମୁତି ରେ ନିର୍ମଳ ନିର୍ମାଲ୍ୟ ପୁସ୍ତକ ଲୋକାର୍ପିତ ଓ ପ୍ରତିଭା ଧାରିଙ୍କୁ ସମ୍ବର୍ଦ୍ଧିତ
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ପଞ୍ଚାୟତର ଗୁଲୁ ନଗର ଠାରେ ଡ଼ାକ୍ତର ନିର୍ମଳ ମିଶ୍ର ଙ୍କ ସ୍ମୃତି ରେ ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିର୍ମଳ ନିର୍ମାଲ୍ୟପୁସ୍ତକ ଲୋକାର୍ପଣ କରାଯାଇଛି।ଏନେଇ ଅନୁଷ୍ଠିତ ଉତ୍ସବ ସଭାରେ ପ୍ରଫେସର ବାସୁଦେବ ବାରିକ ଅଧ୍
daktar nirmal mishra


ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ପଞ୍ଚାୟତର ଗୁଲୁ ନଗର ଠାରେ ଡ଼ାକ୍ତର ନିର୍ମଳ ମିଶ୍ର ଙ୍କ ସ୍ମୃତି ରେ ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିର୍ମଳ ନିର୍ମାଲ୍ୟପୁସ୍ତକ ଲୋକାର୍ପଣ କରାଯାଇଛି।ଏନେଇ ଅନୁଷ୍ଠିତ ଉତ୍ସବ ସଭାରେ ପ୍ରଫେସର ବାସୁଦେବ ବାରିକ ଅଧ୍ୟକ୍ଷତା କରିଥିଲେ।ବିଶିଷ୍ଟ ଶିକ୍ଷାବିତ ଡ଼ ରାମଚନ୍ଦ୍ର ପଣ୍ଡା,ରାଜ୍ୟ ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର, ବାଦଲ ସିକଦାର,ଡାକ୍ତର ହରେକୃଷ୍ଣ ନାୟକ, ଡ଼ ଅବନି ପ୍ରଧାନ, ଗୟାଧର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନିର୍ମଳ ନିର୍ମାଲ୍ୟ ପତ୍ରିକାର ଲୋକାର୍ପଣ କରିବା ସହ ନିର୍ମଳ ଚନ୍ଦ୍ର ମିଶ୍ର ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଡା.ଅନିଲ ଦାସ ବେଦ ପାଠ କରିଥିଲେ ଏବଂ ଅଧ୍ୟାପିକା ଦେବସ୍ମିତା ମିଶ୍ର ସ୍ୱାଗତ ବକ୍ତବ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ସାରସ୍ୱତ ଉତ୍ସବରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ,ପଣ୍ଡିତ ଦୟାନିଧି ମିଶ୍ର,କବି ସାରଥୀ ପଣ୍ଡା, ଗୋ?ରାଙ୍ଗ ବାରିକ, ଶ୍ରୀଧର ,ଲଷ୍ମୀଧର ମିଶ୍ର,ନୃସିଂହ ଚରଣ ମିଶ୍ର,ନବ କିଶୋର ମିଶ୍ର,ଦୁର୍ଗା ଚରଣ ମିଶ୍ର,ଡାକ୍ତର ପାର୍ଥ ସାରଥୀ ମିଶ୍ର , ରାମ ଚନ୍ଦ୍ର ମିଶ୍ର, । ଅମରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। କ୍ଷୀରୋଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande