
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଲୌହମାନବ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ଵାଧୀନତା
ସଂଗ୍ରାମୀ, ଆଧୁନିକ ଭାରତର ନିର୍ମାତା, ଲୌହମାନବ ସର୍ଦ୍ଦାର
ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀରେ ଶତକୋଟି ପ୍ରଣାମ ଜଣାଉଛି। ଦେଶର ଏକତା ଓ ଅଖଣ୍ଡତା ପାଇଁ
ତାଙ୍କର ସଂକଳ୍ପ ଓ ଦୃଢ ପଦକ୍ଷେପ ନିମନ୍ତେ ସେ ଚିରସ୍ମରଣୀୟ। ତାଙ୍କ ସ୍ମୃତିରେ ଆଜି ଦେଶ
ପାଳୁଛି 'ରାଷ୍ଟ୍ରୀୟ ଏକତା ଦିବସ'।
ଏହି ଅବସରରେ ଆସନ୍ତୁ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଗଠନ ପାଇଁ ସମସ୍ତେ
ସକଳ୍ପବଦ୍ଧ ହେବା ଏବଂ ସର୍ଦ୍ଦାର ପଟେଲଙ୍କ ସ୍ଵପ୍ନର ଭାରତ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା