
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ମାଣ୍ଡିଆ
ଦିବସରେ ମାଣ୍ଡିଆକୁ ବିଶ୍ୱପ୍ରସାରୀ କରିବାକୁ ସଂକଳ୍ପ ନେବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି
। ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ମାଣ୍ଡିଆରେ ଥିବା ପୁଷ୍ଟିତତ୍ତ୍ୱ ଖାଦ୍ୟ ଭିତରେ
ଏହାକୁ ସ୍ୱତନ୍ତ୍ର କରିଛି। ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ଗଠନ ଦିଗରେ ବେଶ ସହାୟକ ହୁଏ। ମାଣ୍ଡିଆ ଦିବସରେ
ଆସନ୍ତୁ ଆମର ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱପ୍ରସାରୀ କରିବା ଦିଗରେ ସଂକଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା