
ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ବିଜେପି ଭୋଟ୍ ଚୋରି କରୁଥିବା ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ବିଧାୟକ ବାବୁ ସିଂ କହିଛନ୍ତି ନିର୍ବାଚନ ଫଳ ପୂର୍ବରୁ ଦୁଇ ଦଳର ଏଭଳି ମନ୍ତବ୍ୟ ନିନ୍ଦନୀୟ। ହାରିବା ଭୟରେ ଏଭଳି ଅପପ୍ରଚାର। ହାରିବା ପୂର୍ବରୁ ବିଲୁଆ ଲାଙ୍ଗୁଡ ଜାକିଲା ଭଲି ବିଜେଡି କଂଗ୍ରେସ ଲାଙ୍ଗୁଡ ଜାକି ଅପ ପ୍ରଚାର କରୁଛନ୍ତି। ନିର୍ବାଚନ ଦିନ ପୂର୍ବରୁ ହିଁ ଆମକୁ ଲାଗୁଥିଲା ଦୁଇ ବିରୋଧୀ ଦଳ ଅସ୍ତ୍ର ତ୍ୟାଗ କରିଛନ୍ତି। ଏଣୁ ହାରିବା ଭୟରେ ଅପ ପ୍ରଚାର ଆରମ୍ଭ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା