
ଜୟପୁର, ୧୨ ନଭେମ୍ବର(ହି.ସ.) – ଷ୍ଟାଡିୟମ ପଡିଆ ଓ କଲେଜ ପଡିଆ ପରିସରରେ କୋରାପୁଟ ଜିଲ୍ଲା ଇଣ୍ଟର ସ୍କୁଲ କ୍ରିକେଟ ଚୟନ ପ୍ରକିୟା ଆରମ୍ଭ ହୋଇଯାଇଛି। ୬୦ଜଣ ଖେଳଳୀଙ୍କୁ ନେଇ ଏହି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ରେଡ୍,ବ୍ଲୁ,ଅରେଞ୍ଜ ଓ ୟେଲୋ କୁ ନେଇ ୪ଟି ଦଳ କରାଯାଇଛି। ଆଜିର ପ୍ରଥମ ମ୍ୟାଚ ରେଡ୍? ଦଳ ଓ ବ୍ଲୁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବ୍ଲୁ ଦଳ ପ୍ରଥମେ ବ୍ୟାଟିପ୍ସ କରି ୨୧.୨ ବଲରେ ୧୨୫ ରନ କରି ଅଲଆଉଟ ହୋଇଯାଇଥିଲେ। ରେଡ୍? ଦଳ ୨୦.୧ ଓଭରରେ ୩ଟି ଓ ୍ୱିକେଟ ହରାଇ ୧୨୭ ରନ ସପ୍ସଗ୍ରହ କରିଥିଲେ। ବ୍ଲୁ ଦଳର ସଲମିତ ସଲାମ ଡଙ୍ଗରୀ ୨୮ ରନ ସପ୍ସଗ୍ରହ କରିଥିବା ବେଳେ ରେଡ୍ ଦଳର ଅପ୍ସଶୁମାନ ପରିଡା ୨୮ ରନ ସପ୍ସଗ୍ରହ କରିଥିଲେ। ସେହିପରି ରେଡ୍ ଟିମର ଶୁଭ୍ରାପ୍ସଶୁ ଷଡଙ୍ଗୀ ୩୍ୱିକେଟ ଅକ୍ତିଆର କରିଥିଲେ। ଆଜିର ପ୍ରଥମ ମ୍ୟାଚରେ ଅନୁପ ପାତ୍ର ଓ ରାଜେନ୍ଦ୍ର ଗ୍ରେଡ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାବୁଲା ରାଉତ, ରବି ନାୟକ, ବାପି ପରିଡା, ବଳରାମ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। ଏମ୍ପାୟାର ଭାବେ ପ୍ରିୟ ରଞ୍ଜନ ପାତ୍ର ଓ ଅବେଦ ନାୟକ ଏବପ୍ସ ସ୍କୋରର ଭାବେ ବିକ୍ରମ ଦେବ ମହାପାତ୍ର ଓ ଅକ୍ଷୟ କୁମାର ପ୍ରଧାନୀ ଉପସ୍ଥିତ ଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ ୟେଲୋ ଓ ଅରେଞ୍ଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୟେଲୋ ଦଳ ପ୍ରଥମେ ବ୍ୟାଟିପ୍ସ କରି ୨୨.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ ସପ୍ସଗ୍ରହ କରିଥିବା ବେଳ୍ଏ ଅରେଞ୍ଜ ଦଳ ୩୫ ଓଭରରେ ୯ଟି ୱିକେଟ ହରାଇ ୧୬୦ ରନ ସପ୍ସଗ୍ରହ କରିଥିଲେ। ଏହି ମ୍ୟାଚରେ ବାଲାରାୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସୁଭମ ସିପ୍ସ ଓ ରୋସନ ବେହେରା ଏମ୍ପାୟର ଓ ସାହୁକାରୀ ଗୌରବ ସ୍କୋରର ଭାବେ ଉପସ୍ଥିତ ଥିଲେ। ଏହି ଚୟନ ପ୍ରକିୟାରେ ଯୋଗ୍ୟ ବିବେଚିତ ହେବା ଟିମ ଆସନ୍ତା ୨୦ ତାରିଖରେ କଟକ ଠାରେ ହେବାକୁ ଥିବା ଇଂଟର ସ୍କୁଲ ଟୁର୍ଣ୍ଣାମେଂଟରେ ଭାଗ ନେବେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି