ବଡ଼ବିଲ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର, 12 ନଭେମ୍ବର (ହି.ସ.)ବଡ଼ବିଲ୍ ପୋଲିସ, ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ବଡ଼ବିଲ ଶାଖା, ବଡ଼ବିଲ ସିଭିଲ ସୋସାଇ ଇଟି ଓ ରାଜ୍ୟ ସାଇବର ସୁରକ୍ଷା ମଞ୍ଚର ମିଳିତ ସହଯୋଗ ରେ ବଡ଼ବିଲ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠଥି ମନ୍ତେ ବଡ଼ବିଲ ଏ ସ୍ ଡି ପି ଓ ଦେବେନ୍ଦ୍ର ନା
ବଡ଼ବିଲ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


କେନ୍ଦୁଝର, 12 ନଭେମ୍ବର (ହି.ସ.)ବଡ଼ବିଲ୍ ପୋଲିସ, ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ବଡ଼ବିଲ ଶାଖା, ବଡ଼ବିଲ ସିଭିଲ ସୋସାଇ ଇଟି ଓ ରାଜ୍ୟ ସାଇବର ସୁରକ୍ଷା ମଞ୍ଚର ମିଳିତ ସହଯୋଗ ରେ ବଡ଼ବିଲ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠଥି ମନ୍ତେ ବଡ଼ବିଲ ଏ ସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ଥାନା ଅଧୂକାରୀ ଅଶୋକ କୁମାର ନାୟକ,ସାଂସଦ ପ୍ରତିନିଧୂ ନୀଳମଣି ମହାନ୍ତି ଓ ଚନ୍ଦ୍ରଗୁପ୍ତ ପ୍ରସାଦ ଙ୍କ ନେତୃତ୍ୱରେ ବଡ଼ବିଲ କିରିବୁରୁ ଛକ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ବିଲ ବାସୀଙ୍କୁ ସାଇବର ଠକେଇ ସମ୍ବନ୍ଧରେ ସଚେତନ କରାଯାଇଥିଲା। ବଡ଼ବିଲ ପୌରାଞ୍ଚଳରେ ଥୂବା ବିଦ୍ୟାଳୟର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ବଡ଼ବିଲ ସିଭିଲ ସୋସାଇଟି ର ସଦସ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ସମାଜସେବୀ ରାମ କୁମାର, କାଉନସିଲର ଧମେନ୍ଦ୍ର ମହାନ୍ତି, ବସନ୍ତି ମହାନ୍ତି, ରସାନନ୍ଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande