ଦଶ ବର୍ଷ ହେଲା ଗାଁରେ ଏକ ଘରିଆ ହୋଇ ଚଳୁଛନ୍ତି ବୃଦ୍ଧା, ଡିଲର ଦଉନି ରାସନ ସାମଗ୍ରୀ, ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ବର୍ଷେ କି ଦୁଇ ବର୍ଷ ନୁହେଁ ଦଶ ବର୍ଷ ରୁ ଅଧିକ ସମୟ ଧରି ଗାଁ ରେ ଏକ ଘରିଆ ହୋଇ ଚଳୁଛନ୍ତି ଜଣେ ବୃଦ୍ଧା। ନାଁ ତାଙ୍କ ସହ କିଏ ମିଶୁଛନ୍ତି ନାଁ କଥା ହେଉଛନ୍ତି ଏମିତିକି ଡିଲର ରାସନ ସାମଗ୍ରୀ ଦେଉନଥିବା ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାନ୍ଦବାଲି ଥାନା ବ
DASA BARSA HELA EKA CHALUCHANTI BRUDHA


ଭଦ୍ରକ, ୧୨ ନଭେମ୍ବର (ହି.ସ.) - ବର୍ଷେ କି ଦୁଇ ବର୍ଷ ନୁହେଁ ଦଶ ବର୍ଷ ରୁ ଅଧିକ ସମୟ ଧରି ଗାଁ ରେ ଏକ ଘରିଆ ହୋଇ ଚଳୁଛନ୍ତି ଜଣେ ବୃଦ୍ଧା। ନାଁ ତାଙ୍କ ସହ କିଏ ମିଶୁଛନ୍ତି ନାଁ କଥା ହେଉଛନ୍ତି ଏମିତିକି ଡିଲର ରାସନ ସାମଗ୍ରୀ ଦେଉନଥିବା ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାନ୍ଦବାଲି ଥାନା ବିଜୟନଗର ପଂଚାୟତ ବିଜୟନଗର ଗାଁ ର ବୃଦ୍ଧା ନୟନା ସାହୁ। କାନ୍ଦି କାନ୍ଦି ନିଜ ଦୁଃଖ କଥା ଗୁହାରି କରିଛନ୍ତି ଜିଲ୍ଲାପାଳ ଙ୍କ ନିକଟରେ।ବୃଦ୍ଧାଙ୍କ କହିବା ଅନୁଯାୟୀ, ଗାଁ ରେ କୌଣସି କାମ କାର୍ଯ୍ୟ, ପର୍ବ ପର୍ବାଣୀ ବା ଅନ୍ୟ ସମାଜିକ କାର୍ଯ୍ୟ ହେଲେ ମଧ୍ୟ ତାଙ୍କୁ ଡକାଯାଉନାହିଁ ଓ ସାମିଲ କରାଯାଉନାହିଁ।ସେ କହିଛନ୍ତି, “ମୋ ନିଜ ଏକ ବ୍ୟକ୍ତିଗତ ଅସୁବିଧା ନେଇ ଗାଁ ଲୋକେ ମୋତେ ଘରିଆ କରିଛନ୍ତି। ମୋ ସ୍ୱାମୀ ଓ ପୁଅ ଙ୍କୁ ଏଠାରେ ରହି କାମ କରେଇ ଦେଲେନି ବୋଲି ସେମାନେ ବାହାରେ ରହି କାମ କରୁଛନ୍ତି, ଗାଁ ରେ ଏକା ଚଳିବା ବହୁ କଷ୍ଟ ହେଉଛି ବୋଲି ପ୍ରକାଶ କରିଥିଲେ। ଗାଁ ଲୋକଙ୍କ ସହ ମିଶିକରି ଚଲିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏ ବାବଦରେ ସ୍ଥାନୀୟ ପଞ୍ଚାୟତ ର ସରପଂଚ ଦିଲୀପ କୁମାର ରାଉତ କହିଛନ୍ତି ଜିଲ୍ଲାପାଳ ଙ୍କୁ ଅଭିଯୋଗ ପରେ ମୁଁ ଜାଣିଲି ଶୀଘ୍ର ତଦନ୍ତ କରି ସମାଧାନ ର ବ୍ୟବସ୍ଥା କରାଯିବ।ଏହା ସହ ଜିଲ୍ଲାପାଳ ଦିଲୀପ ରାଉତ ରାୟ ମଧ୍ୟ କହିଛନ୍ତି ଯେ, “ଚାନ୍ଦବାଲି ବିଡିଓ ଓ ଥାନା ଆଇ.ଆଇ.ସି. ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ତଦନ୍ତ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande