ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ଡି.ଇଏଲ.ଇଡି ମୂଲ୍ୟାୟନ ବର୍ଜନ
ଜୟପୁର , 12 ନଭେମ୍ବର (ହି.ସ.) ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଡି.ଇଏଲ.ଇଡି ଉତ୍ତରପତ୍ର ମୂଲ୍ୟାୟନ ପାଇଁ ନିୟୋଜିତ ଶିକ୍ଷକ ପ୍ରଶିକ୍ଷକ ମାନେ ଅବ୍ୟବସ୍ଥା ଏବ˚ ସରକାରୀ ନିୟମ ଉଲ˚ଘନ ଅଭିଯୋଗ କରି ମୂଲ୍ୟାୟନ ପ୍ରକିୟାକୁ ବର୍ଜନ କରିଛନ୍ତି। ଆଜି ଜୟପୁର ସ୍ଥିତ ଡାଇଟ ବିଦ୍ୟାଳୟରେ ୨୧ ଜଣ ଶିକ
ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ଡି.ଇଏଲ.ଇଡି ମୂଲ୍ୟାୟନ ବର୍ଜନ


ଜୟପୁର , 12 ନଭେମ୍ବର (ହି.ସ.) ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଡି.ଇଏଲ.ଇଡି ଉତ୍ତରପତ୍ର ମୂଲ୍ୟାୟନ ପାଇଁ ନିୟୋଜିତ ଶିକ୍ଷକ ପ୍ରଶିକ୍ଷକ ମାନେ ଅବ୍ୟବସ୍ଥା ଏବ˚ ସରକାରୀ ନିୟମ ଉଲ˚ଘନ ଅଭିଯୋଗ କରି ମୂଲ୍ୟାୟନ ପ୍ରକିୟାକୁ ବର୍ଜନ କରିଛନ୍ତି। ଆଜି ଜୟପୁର ସ୍ଥିତ ଡାଇଟ ବିଦ୍ୟାଳୟରେ ୨୧ ଜଣ ଶିକ୍ଷକ ଓ ପ୍ରଶିକ୍ଷକ ମାନେ ଗତ ଦୁଇଦିନ ଧରି ମୂଲ୍ୟାଙ୍କନର ତାଲିମ ନେଇଥିଲେ। ଆଜି ମୂଲ୍ୟାଙ୍କନ ଥିବା ବେଳେ ରାଜ୍ୟ ର ନିର୍ଦ୍ଧେଶ କ୍ରମେ ସମସ୍ତ ଜୋନରେ ଶିକ୍ଷକ ପ୍ରଶିକ୍ଷକ ମାନେ ମୂଲ୍ୟାଙ୍କନ ବର୍ଜନ କରିଛନ୍ତି ବୋଲି ଖବର ପାଇବା ପରେ ଜୟପୁରରେ ମଧ୍ୟ ମୂଲ୍ୟାଙ୍କନ ବନ୍ଦ କରିଛନ୍ତି। । ଶିକ୍ଷକ ଶିକ୍ଷୟତ୍ରୀ ମାନେ କହିଛନ୍ତି ଯେ ପରୀକ୍ଷା ଫି ବୃଦ୍ଧି ପାଇଥିଲେ ମଧ୍ୟ ମୂଲ୍ୟାୟନ ଦର ଅପରିବର୍ତ୍ତିତ ରହିଛି। ଏହା ସହିତ ୧୦୦ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ଶିକ୍ଷକ ମାନଙ୍କ ପାଇଁ ମଧ୍ୟ ଦୈନିକ ଭତ୍ତା, ଯାତ୍ରା,କିମ୍ବା ରହଣି ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସେମାନେ ଜୋର ଦେଇ କହିଛନ୍ତି ଯେ ସେମାନଙ୍କର ଏହି ପ୍ରତିବାଦ କେବେଳ ଆର୍ଥିକ ଲାଭ ପାଇଁ ନୁହେଁ ବର˚ ବୃତ୍ତିଗତ ଗୌରବ ଏବ˚ ସମ୍ମାନ ପାଇଁ। ମୂଲ୍ୟାୟନ କାର୍ଯ୍ୟ ପୁନଃ ଆରମ୍ଭ କରିବା ପୂର୍ବରୁ ବୋର୍ଡ ସ୍ବଚ୍ଛତା ନିରପେକ୍ଷତା ଏବ˚ ସରକାରୀ ନିର୍ଦ୍ଧେଶାବଳୀର ଅନୁପାଳନ ସୁନିଶ୍ଚିତ କରିବାକୁ ଶିକ୍ଷକ ମାନେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande