ଦୁର୍ଗମ ବନାଞ୍ଚଳରେ ଖଣିଜ ପଦାର୍ଥ ଚୋରି ଲୁହାପଥର ବୋଝେଇ ୨ଟି ହାଇୱା, ଜେସିବି ମେସିନ ଓ ବାଇକ୍ ଜବତ: ୪ଖଣି ଚୋର ଗିରଫ
କେନ୍ଦୁଝର, 12 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ପୋଲିସ ପିଢ଼ପୋଖରୀ ବନାଞ୍ଚଳରେ ଚଢାଉ କରି ଚୋରା ଲୁହାପଥର ବୋଝେଇ ଦୁଇଟି ହାଇୱା,ଗୋଟିଏ ଜେସିବି ମେସିନ ଓ ଗୋଟିଏ ବାଇକ୍ ଜବତ ସହିତ ଚୋରା ଖଣିଜ ପଦାର୍ଥ ଚୋରା କାରବାରରେ ସଂଶ୍ଳିଷ୍ଟ ୪ ଜଣ ଖଣି ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କର
ଦୁର୍ଗମ ବନାଞ୍ଚଳରେ ଖଣିଜ ପଦାର୍ଥ ଚୋରି ଲୁହାପଥର ବୋଝେଇ ୨ଟି ହାଇୱା, ଜେସିବି ମେସିନ ଓ ବାଇକ୍ ଜବତ: ୪ଖଣି ଚୋର ଗିରଫ


କେନ୍ଦୁଝର, 12 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ପୋଲିସ ପିଢ଼ପୋଖରୀ ବନାଞ୍ଚଳରେ ଚଢାଉ କରି ଚୋରା ଲୁହାପଥର ବୋଝେଇ ଦୁଇଟି ହାଇୱା,ଗୋଟିଏ ଜେସିବି ମେସିନ ଓ ଗୋଟିଏ ବାଇକ୍ ଜବତ ସହିତ ଚୋରା ଖଣିଜ ପଦାର୍ଥ ଚୋରା କାରବାରରେ ସଂଶ୍ଳିଷ୍ଟ ୪ ଜଣ ଖଣି ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି। ଗିରଫ ଅଭିଯୁକୁ ମାନେ ହେଲେ ଯୋଡା ହୁଡ଼ିସାହିର ପ୍ରିନ୍ସ ଜର୍ଜ, ଝାଡ଼ଖଣ୍ଡ ଜ୍ୟ ଦେଓଘରର ହାଡ଼ିସ ମିଆଁ, ବଡ଼ବିଲ ନାଦ ବସ୍ତିର ମହମ୍ମଦ ମୋସିନ ଆଲ ଥାଲମ୍ , ବଡ଼ବିଲ ଦାମୁ ହଟିଂର ୱାସିମ୍ ଆକ୍ରମ । ରାଜ ଆଜାଦ । ପୋଲିସ ଜବତ କରିଥିବା ହାଇୱା ନଂ ଓଡି-୦୯ପି-୨୨୯୨, ଓଡ଼ି-୦୯ଭି-୩୪୦୬, ଜେ ଜେସିବି ନଂ ନଂ ଓଡି-୨୨ୟୁ- ୮୪ ४४७ ও ବାଇକ୍ ନଂ ଓଆର୍-୦୯ ପି-୦୧ -୦୧୫୩କୁ ପୋଲିସ ଜବତ କରିଛି। ଜବତ ଟ୍ରକ୍ ଦ୍ବୟରେ ପ୍ରାୟ ୬୦ ମେଟ୍ରିକ୍ ଟନ୍ ଉନ୍ନତ ମାନର ଲମ୍ପସ ଲୁହାପଥର ବୋଝେଇ ହୋଇଥୁଲ ଥିଲା। ଏ ନେଇ ବାମେବାରୀ ଥାନାରେ କେସ ନଂ ୨୨୩/୨୦୨୫ ଦଫା୩୦୩(୨)/୧୧୧(୩)/୩୫ ବିଏନଏସ ଓ ୨୧ ଏମଏମଡିଆର୍ ଆକ୍ସ୍ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଯଶ କେତନ ଭୋଇ ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କେନ୍ଦୁଝର-ସୁନ୍ଦରଗଡ ଜିଲ୍ଲା ସୀମା ପିଢ଼ପୋଖରୀ ବନାଞ୍ଚଳରେ ଜେସିବି ମେସିନ ଯୋଗେ ଖୋଳି ଲୁହାପଥର ବୋଝେଇ କରୁଥିବା ଖବର ପାଇ ବାମେବାରୀ ଥାନା ଆଇଆଇସି ଯୋସକେତନ ଭୋଇ ସଦଳବଳେ ଚଢାଉ କରିଥିଲେ । ରାତ୍ରି ହୋଇଥ‌ିବାରୁ କିଛି ଖଣିଜ ଚୋର ଖସି ପଳାଇ ଯାଇଥୂବା ବେଳେ ଦୁଇ ଜଣ ଡ୍ରାଇଭରକୁ ପୋଲିସ କାବୁ କରି ନେଇଥିଲା। ଏହି ଘଟଣା ତଦନୁ କରି ଆଉ ଦୁଇ ଜଣ ଖଣି ଚୋରଙ୍କୁ ଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହି ଚୋରା ଲୁହାପଥର କାରବାରରେ ବହୁ ଖଣିଜ ଚୋର ସଂପୃକ୍ତି ଥୂବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏହାର ଚେର ଝାଡ଼ଖଣ୍ଡ ଓ ରାଉ ଉରକେଲା ଅଞ୍ଚଳକୁ ବ୍ୟାପିଥ‌ିବା ପୋଲିସ ଜାଣିବାକୁ ପାଇଛି। ଖଣିଜ ଚୋର ପିଢ଼ପୋଖରି ପରି ସୀମାନୁ ଘଞ୍ଚ ଜଙ୍ଗଲରେ ଚୋର ମାନେ ଅନାୟାସରେ ମେସିନ ସିନ ଲଗାଇ ଖଣିଜ ଉତ୍ତୋଳନ କରି ଚୋରା ଚାଲାଣ କରୁଥୂବା ବେଳେ ବନ ବିଭାଗ ଓ ଖଣି ବିଭାଗ କିପରି ଏହା ଜାଣି ଣି ପାରୁନାହାଁନ୍ତି, ଏହ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣିଜର ମୂଲ୍ୟ ପ୍ରିମିୟମ ଦେଉଥୁବା ଖଣି ଗୁଡିକରେ ଅହେତୁକ ବୃଦ୍ଧି ହେବା ଫଳରେ ବିଭିନ୍ନ ବନାଞ୍ଚଳ ଓ ପରିତ୍ୟକ୍ତ ଖଣିରେ ଆନ୍ତଃ ରାଜ୍ୟ ଖଣି ଖଣିଜ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି।

ପ୍ରାରମ୍ଭିକ ଅନୁସନ୍ଧାନ ପରେ ବାମେବାରୀ ଥାନା ଅଧ୍ବକାରୀ ଭୋଇ କହିଛନ୍ତି ଯେ,ଏହି ଚୋରା ଲୁହାପଥର ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିଲା। ଖଣିଜ ଚୋରା କାରବାର ଉପରେ ରାଜ୍ୟ ସରକାର ଜିରୋ ଟୋଲେରେନ୍ସ ଅଙ୍କୁଶ ଲଗାଇ ଥ‌ିବା ବେଳେ ଏହାକୁ ପ୍ରତିହତ କରିବାରେ କେନ୍ଦୁଝର ପୋଲିସର ତତ୍ପରତା ବୃଦ୍ଧି ପାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande