ଇନୋଭିଷ୍ଟା -୨୦୨୫ ବାର୍ଷିକ ବିଜ୍ଞାନମେଳା ଓ ବାର୍ଷିକ ଆନ୍ତଃସ୍କୁଲ ବିଜ୍ଞାନମେଳା ଉଦଯାପିତ
କେନ୍ଦୁଝର, 12 ନଭେମ୍ବର (ହି.ସ.) ସହର ଉପକଣ୍ଠ ନଇଗାଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା -୨୦୨୫ ବାର୍ଷିକ ବିଜ୍ଞାନମେଳା ଓ ବାର୍ଷିକ ଆନ୍ତଃସ୍କୁଲ ବିଜ୍ଞାନମେଳା ସହ ଚିତ୍ରକଳା ପ୍ରଦର୍ଶନୀ ଖୁବ୍ ଉତ୍ସାହ ଏବଂ ଆଡମ୍ବର ସ‌ହକାରେ ଉଦଯାପିତ ହେଇଯାଇଛି। ଦୁଇଦିନ
ଇନୋଭିଷ୍ଟା -୨୦୨୫ ବାର୍ଷିକ ବିଜ୍ଞାନମେଳା ଓ ବାର୍ଷିକ ଆନ୍ତଃସ୍କୁଲ ବିଜ୍ଞାନମେଳା ଉଦଯାପିତ


କେନ୍ଦୁଝର, 12 ନଭେମ୍ବର (ହି.ସ.) ସହର ଉପକଣ୍ଠ ନଇଗାଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା -୨୦୨୫ ବାର୍ଷିକ ବିଜ୍ଞାନମେଳା ଓ ବାର୍ଷିକ ଆନ୍ତଃସ୍କୁଲ ବିଜ୍ଞାନମେଳା ସହ ଚିତ୍ରକଳା ପ୍ରଦର୍ଶନୀ ଖୁବ୍ ଉତ୍ସାହ ଏବଂ ଆଡମ୍ବର ସ‌ହକାରେ ଉଦଯାପିତ ହେଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ହେଇଥ‌ିବା ଏହି ପ୍ରଦର୍ଶନୀ ମେଳାରେ ପ୍ରାୟ ୮୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ ଏବଂ ଦୁଇଶହରୁ ଉର୍ଦ୍ଧ୍ବ ହସ୍ତକଳା ପ୍ରକଳ୍ପ ପ୍ରଦର୍ଶିତ ହେଇଛି।ଧରଣୀଧର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡକ୍ଟର ପ୍ରଭୁଦତ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ମୁଖ୍ୟଅତିଥି ଭାବରେ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ଦାଗଡୁ ଏବଂ ଜିଲ୍ଲା ବନଖଣ୍ଡ ଅଧୂକାରୀ ଏଚ ଡି ଧନରାଜ ଯୋଗ ଦେଇ ଆଗାମୀ ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସମ୍ଭାବନା ଏହି ମେଳାରେ ସ୍ଥାନପାଇଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଆମେ ସମାଜର ତଥା ନିଜ ଜିଲ୍ଲାର ଉନ୍ନତିରେ ଭାଗିଦାରୀ ନେବାପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।ସମ୍ମାନିତ ଅତିଥ୍‌ ଭାବେ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଅଧ୍ଯକ୍ଷ ଲଳିତ କୁମାର ସାହୁ, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ଜେନା ଏବଂ କାଶଭି ମାଇନ୍ସର ସଭାପତି ଶ୍ରୀ ଧୀର ନିରୋଦ ପରିଡ଼ା ପ୍ରମୁଖ ଯୋଗ ଦେଇ ଛତାଛାତ୍ରୀଙ୍କୁ ଉଚ୍ଚଭିଳାସୀ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ତଥା କାଶଭି ଗ୍ରୁପ ଅଫ କମ୍ପାନିଜର ଅଧ୍ଯକ୍ଷ ଇଂ ଦେବବ୍ରତ ବେହେରା ଯୋଗୁଁ ଦେଇ ବିଭିନ୍ନ ପ୍ରକଳ୍ପର ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଚ୍ଚପ୍ରସଂଶିତ କରିଥିଲେ। ବିଦ୍ୟାଳୟର ଟ୍ରଷ୍ଟି ସୁସ୍ମିତା ବେହେରା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃଷକ ଶ୍ରୀ ଚନ୍ଦ୍ରଶେଖର ବେହେରା, ଟ୍ରଷ୍ଟି ଶିରତ କୁମାର ମହାଟ୍ରିଷ୍ଟି ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ହାଇସ୍କୁଲର ପ୍ରଶାସନିକ ଅଧ୍ଯକ୍ଷ ଇଂ ମୃତ୍ୟୁଞ୍ଜୟ ନାୟକ, ଉପସଭାପତି ଇଂ କିରଣ ଭାରତୀ, ଅଧ୍ଯକ୍ଷ ଡ଼ ଦିବ୍ୟକିଶୋର ପ୍ରଧାନ, ଉପାଧ୍ଯକ୍ଷା ସଂଯୁକ୍ତା ଦାସ, ଶ୍ରୀମତୀ ନିବେଦିତା ମିଶ୍ର, ଏକାଡେମିକ କୋର୍ଡିନେଟର ଇଂ ହିମାଳୟ ସାହୁ, ସିଏ ସନତ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ରୋବୋଟିକ, ସାମାଜିକ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ହସ୍ତଶିଳ୍ପର ପ୍ରଦର୍ଶନୀରେ ପ୍ରାୟ ୮୦୦ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶନ କରାଯାଇଥିଲା। ପ୍ରକଳ୍ପ ନିରୀକ୍ଷକ ଭାବରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଶିକ୍ଷାବିତ ମାନେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପର ସଠିକ୍ ମୂଲ୍ୟାୟନ କରିଥିଲେ। ସମସ୍ତ ପ୍ରକଳ୍ପ ଗୁଡ଼ିକ ଅତିଥ୍‌ ମାନଙ୍କ ଦ୍ବାରା ଉଚ୍ଚପ୍ରଶଂସିତ ହେଇଥିଲା। ଆନ୍ତଃସ୍କୁଲ ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରାୟ ଜିଲ୍ଲା ତଥା ଜିଲ୍ଲା ବଜାରରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ପ୍ରକଳ୍ପ ପ୍ରଦର୍ଶନ ହେଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ ହେଇଥିଲା। ପରିଶେଷରେ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରିକ ଶିବଦତ୍ତ ଦାସ ସମସ୍ତ ଅତିଥ୍‌ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିଚାଳନା ଓ ସହଯୋଗ ଦେବୀ ମହାପାତ୍ର,ସତ୍ୟବ୍ରତ ଦାସ, କମଳ ଲୋଚନ ସାହୁ, ସର୍ବେଶ୍ବର ମହାନ୍ତି, ସଚିନ କର୍ମାକର, ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଲଗ୍ନଜିତ ସାହୁ, ଶଶିରେଖା ସାହୁ, ଗିରୀରାଜେଶ୍ବରି ମିଶ୍ର, ସୌଦାମିନୀ ଖୁଣ୍ଟିଆ, ନେହା ସିମରନ,ଦୀକ୍ଷା ମିଶ୍ର,ସୁଜିତ୍ ଗୁପ୍ତା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ନେତୃତ୍ବ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande