
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ନାଟକ ମଝିରେ ହଠାତ୍ ଘଟିଗଲା ଏଭଳି କିଛି କାଣ୍ଡ । କିଛି ବୁଝିବା ଜାଣିବା ଆଗରୁ କଳାକାର ଖାଇଗଲେ ମାଡ଼। ଏଭଳି ଏକ ଘଟଣା ଘଟିଛି ଯାତ୍ରା ରାଜନନ୍ଦିନୀ ମଂଚରେ। ଗତକାଲି ସାହାଡ଼ା, ଅଣ୍ଡରେଇ, ଭଦ୍ରକରେ “ଏମିତି ବିଚାର କେବେ ଦେଖିନି” ନାଟକ ପରିବେଷଣ କରୁଥିବା ବେଳେ ଏହି ନାଟକରେ ଏକ ସିନ୍ ରେ ଦର୍ଶକ ଉତ୍ୟକ୍ତ ହୋଇ ମଂଚକୁ ଚଢ଼ି ନାୟକ ଭୂମିକାରେ ଅଭିନୟ କରୁଥିବା କାର୍ତି ଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଯାହାକି ବାପା ଭୂମିକାରେ ଅଭିନୟ କରୁଥିବା ସଞ୍ଜୟ , ମା ଭୂମିକାରେ ଅଭିନୟ କରୁଥିବା କଳାକାର ଟୁନିଆ ମଲ୍ଲିକ ତାଙ୍କର ପୁଅ ଭୂମିକାରେ ଅଭିନୟ କରୁଥିବା କାର୍ତିକ ପାଖରେ ତାର ଭଉଣୀର ଇଜତ୍ ବାବା ଭୈରବ ନେଇଥିବା କଥା କହୁଥିବା ବେଳେ ପୁଅ ଟିଏ ବାବା ପ୍ରେମରେ ଏମିତି ବାନ୍ଧି ହୋଇ ପଡ଼ିଛି ଯେ ଯାହାକି ସମସ୍ତଙ୍କୁ ଭୁଲି ଯାଇ ବାବା ଙ୍କୁ ସର୍ବସ୍ୱ ବୋଲି ଭାବି ନେ଼ଇଥିଲା । ଆଉ ବାପା, ମା, ଭଉଣୀ ଙ୍କ କଥାରେ ଜମା ବି ବିଶ୍ୱାସ କରୁନଥିଲା ପୁଅ। ଏହି ଦୃଶ୍ୟ ରେ ନିଜର ଝିଅର ନ୍ୟାୟ ପାଇଁ ବାପା, ମା, ଭଉଣୀ ପୁଅର ଗୋଡ଼ ତଳେ ପଡ଼ି ନେହୁରା ହେଉଥିବା ଦୃଶ୍ୟ ଦେଖି ଦର୍ଶକ ସହି ନପାରି ଉତ୍ୟକ୍ତ ହୋଇ ମଂଚକୁ ଚଢ଼ି ନାୟକ ଭୂମିକାରେ ଅଭିନୟ କରୁଥିବା କାର୍ତିକ ଙ୍କ ଙ୍କୁ ଚାପୁଡା ମାରିଥିଲେ। ପରେ ସହ କଳାକାର ମାଆ ,ଟୁନିଆ ମଲ୍ଲିକ, ବାପା ,ସଞ୍ଜୟ ଓ ଭଉଣି ମାମା ଦର୍ଶକ ଙ୍କୁ ବୁଝାସୁଝା କରି ମଂଚ ତଳକୁ ପଠାଇ ପୁଣି ଯାତ୍ରା ପରିବେଷଣ କରିଥିଲେ। ଏମିତି ଅନେକ କ୍ୟାମ୍ପରେ ଘଟିଥିବା ବେଳେ ଏବେ କିନ୍ତୁ ଭଦ୍ରକରେ ଦେଖିବାକୁ ମିଳିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ