
ଖୋର୍ଦ୍ଧା,12 ନଭେମ୍ବର (ହି.ସ.) - ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ପରିସରରେ ନଭେମ୍ବର ୧୪ ତାରିଖ ପୂର୍ବାହ୍ନ ୧୦ ଟା ରେ ଆପଣଙ୍କ ଅଧିକାର ଜନିତ ଏକ ସଚେତନତା ଶିବିର ଅନୁଷ୍ଠିତ ହେବ l ଏହି ସଚେତନତା ଶିବିରରେ ଦାବି ହୀନ ଖାତାର ଅର୍ଥ ରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡିକରେ ଦାବି ହୀନ ଖାତା ସମ୍ବନ୍ଧୀୟ ବିସ୍ତୃତ ସୂଚନା ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ l ଜନ ସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କୁ ସଫଳ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ୟାଙ୍କ ଓ ଅର୍ଥ ଲଗାଣ କାରୀ ସଂସ୍ଥା ମିଶି ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ଅଧିକାର ସଚେତନତା ଶିବିର ଭାରତ ସରକାରଙ୍କ ଅର୍ଥ ସେବା ବିଭାଗ ଙ୍କ ନିର୍ଦ୍ଦେଶ ମତେ ଆୟୋଜନ କରାଯାଉଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କ୍ଷେତ୍ରୀୟ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭଗତ ବେହେରା ଓ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଅଜୟ କୁମାର ବେହେରା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି l ଏହା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜିଲ୍ଲାର ସର୍ବ ସାଧାରଣ ଏବଂ ବ୍ୟାଙ୍କ ଖାତାଧିକାରୀ ମାନଙ୍କ ଅବଗତି ନିମନ୍ତେ ଜଣାଇଦିଆଗଲା ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ