
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି,ମହିଳା ଓ ଶିଶୁ ବିକାଶ ବିଭାଗ,ଓଡ଼ିଶା ସରକାର ଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଙ୍କ ମଧ୍ୟରେ ପ୍ରତିଭା ଚୟନ ପ୍ରତିଯୋଗିତା ମହକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଭଦ୍ରକ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନେ କନିଷ୍ଠ ବିଭାଗରେ କୁଇଜ୍ ଓ ସଙ୍ଗୀତରେ ପ୍ରଥମ ହେବା ସହ ଉତ୍କର୍ଷତା ପ୍ରଦାନ କରି ଚମ୍ପିୟାନ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।ଭଦ୍ରକ,ଜିଲ୍ଲା ପ୍ରଶାସନ , ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ଅନୁଷ୍ଠାନ ପକ୍ଷରୁ ଶିଶୁ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ