
କେନ୍ଦୁଝର, 12 ନଭେମ୍ବର (ହି.ସ.)କେନ୍ଦୁଝରର ଉଦୀୟମାନ ତରୁଣ କ୍ରିକେଟ ଖେଳାଳି ସାର୍ଥକ ସ୍ୱୟଂପ୍ରକାଶ ୧୯ ବର୍ଷରୁ କମ ଓଡ଼ିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷିତ ୧୯ ବର୍ଷରୁ କମ ଦଳରେ ସାର୍ଥକ ସ୍ଥାନ ହାସଲ କରିବା ସହ ବିସିସିଆଇ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ଆନୁକୁଲ୍ୟରେ ଚଳିତ ନଭେମ୍ବର ୧୬ ତାରିଖରୁ ମହାରାଷ୍ଟ୍ରରେ ଆରମ୍ଭ ହୋଇ ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା କୁଚ ବିହାର ଟ୍ରଫି ମ୍ୟାଚରେ ରାଜ୍ୟ ତରଫରୁ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ସୂଚନାଯୋଗ୍ୟଯେ ଗତ ବର୍ଷ ମଧ୍ୟ ସେ ଓଡ଼ିଶା ରାଜ୍ୟ ଟିମ୍ ରେ ସାମିଲ୍ ହୋଇ କୁଚ ବିହାର ଟ୍ରଫି ପାଇଁ ଖେଳିଥିଲେ।ନିର୍ମଳା କନଭେନ୍ଟ ସ୍କୁଲ କେନ୍ଦୁଝରରୁ ମାଟ୍ରିକ ପାସ କରିବା ପରେ ରେଭେନସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟକରେ ଯୁକ୍ତ ଦୁଇ ପଢ଼ିଥିଲେ ଏବଂ ବର୍ତମାନ ରେଭେନସା ୟୁନିଭରସିଟି କଟକରେ +3 ପ୍ରଥମ ବର୍ଷ କଳା ରେ ଅଧ୍ୟୟନରତ ସାର୍ଥକ ବରିଷ୍ଠ ପ୍ରଶିକ୍ଷକ ଗିରୀଶ ଚନ୍ଦ୍ର ହୋତା ଏବଂ ବୋଦାପଳସା କ୍ରିକେଟ କ୍ଲବର ବରିଷ୍ଠ ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ସୁଧାଂଶୁ ନାୟକଙ୍କ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଦ୍ୱାରା ଓଡ଼ିଶା ଦଳରେ ପୁନର୍ବାର ସ୍ଥାନ ପାଇ ବେଶ ଖୁସି ଅଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧ ମସିହା ୧୬ ବର୍ଷରୁ କମ କ୍ରିକେଟ ଦଳରେ ବିଜୟ ମର୍ଚ୍ଚଣ୍ଟ ଟ୍ରଫି ପାଇଁ ମଧ୍ୟ ସାର୍ଥକ ଚୟନ ହୋଇଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମନିର୍ଦ୍ଦେଶକ ତଥା ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ସଂଜୀବ ବାରିକ ଏବଂ ରଂଜିତା ବାରିକଙ୍କ କନିଷ୍ଠ ପୁତ୍ର ସାର୍ଥକଙ୍କୁ ଏହି ସଫଳତା ପାଇଁ କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA