
ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ପୋଲିସ୍ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ତଦନ୍ତ ନ ହୋଇଥିଲେ ମଧ୍ୟ ଦୋଷୀ ଦଣ୍ଡ ପାଇଥାନ୍ତେ ବୋଲି କହହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ସେ କହିଛନ୍ତି ବିରୋଧୀ ବାରମ୍ବାର ଦାବି କରିଥିଲେ, ରାଜ୍ୟ ସରକାର ଘଟଣାକୁ ଲୁଚାଇ ଦେଉଛନ୍ତି। ସିବିଆଇ ତଦନ୍ତ ଆବଶ୍ୟକ। ରାଜ୍ୟର ମୁଖମନ୍ତ୍ରୀ କ୍ଷୀର କ୍ଷୀର, ପାଣି ପାଣି ହେବା ନ୍ୟାୟରେ ସିବିଆଇ ତଦନ୍ତ ଲାଗି ପ୍ରଚେଷ୍ଟା କରିଛନ୍ତି। ଘଟଣା ପଛରେ ଯିଏ ବି ଥାଆନ୍ତୁ ନା କାହିଁକି। ସରକାରୀ ଅଧିକାରୀ, ରାଜନୈତିକ ବ୍ୟକ୍ତି ବା ଯେତେ ବଡ ଲୋକ ହୁଅନ୍ତି ଏ ସରକାରର ହାତ ଯିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା