
ଦିଲ୍ଲୀ ଲାଲକିଲ୍ଲା ମୃତକଙ୍କ ପାଇଁ କୁମାର ଉତ୍ସବ ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି
ପୁରୀ,, 12 ନଭେମ୍ବର (ହି.ସ.)- ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଘଟିଯାଇଥିବା ଭୟାବହ ବୋମା ବିସ୍ପୋରଣରେ ନିରୀହ ନାଗରିକମାନଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ସମବେଦନା ଜଣାଇବାକୁ ଯାଇ ଗଭୀର ପୁରୀ କୁମାର ଉତ୍ସବ ସମିତି ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ସଂଯୋଜନା କରିଥିଲେ । ଏହି ଆତଙ୍କବାଦୀଙ୍କ କାର୍ଯ୍ୟକୁ ସମିତିର ସଭ୍ଯ ମାନେ ଦୃଢ଼ ନିନ୍ଦା କରିଥିଲେ । କେନ୍ଦ୍ର ସରକାର ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ମୃତକଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ଯକ୍ତି ମାନଙ୍କ ସ୍ୱାସ୍ଥ୍ୟ ଆରୋଗ୍ଯ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ସମିତିର ଉପଦେଷ୍ଟା ବିଦୁଲତା ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ମାନସ ପଟ୍ଟନାୟକ,ବିକାଶ ଦତ୍ତ, ମଳୟ ଗଜେନ୍ଦ୍ର,ଅମରେନ୍ଦ୍ର ପାଇକରାୟ, ପ୍ରମୋଦ ପଟ୍ଟନାୟକ, ନିଗମ ପାତ୍ର, ରାଜା ମହାନ୍ତି, ରସ୍ମିକାନ୍ତ ସେଠି,ବନିତା ଦୀକ୍ଷିତ, ଚକ୍ରଧର ମହାପାତ୍ର,ପପୀ ସାହୁ, ଚନ୍ଦନ କୁମାର ସାହୁ, ଅନୁପ ପୃଷ୍ଟୀ,ଅୟମ ପରିଡ଼ା, ଅମ୍ରିତ କୁମାର ସାମନ୍ତରାୟ, ପ୍ରତିମା ମହାପାତ୍ର, ତ୍ରିଲୋଚନ ପାଢ଼ୀ, ବିରଞ୍ଚି ନାରାୟଣ ଷଡଙ୍ଗୀ,ରେଶମା ରଣା, ସନ୍ତୋଷ ମହାନ୍ତି,ଅସୀମା ରାଉଳ, ସନ୍ଧ୍ୟା ରାଣୀ ସାହୁ, ସନ୍ତୋଷିନୀ ନାୟକ, ସୌମ୍ୟା ରଞ୍ଜନ ନାୟକ,ନୀରଜ ମହାନ୍ତି, ଗୌରୀ ଶଙ୍କର ସାମନ୍ତରାୟ,କ୍ଷୀରୋଦ ଦାଶ,ରମେଶ କୁମାର ମିଶ୍ର, ପ୍ରତ୍ୟୁଷ ଜୟସିଂହ, ଚନ୍ଦ୍ର ଶେଖର ଓମପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ