
ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ପଢୁଆଁ ନୀତି ସମ୍ପନ୍ନ
ପୁରୀ,, 12 ନଭେମ୍ବର (ହି.ସ.) ମାର୍ଗଶୀର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥିଲା । ପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥିଲେ । ପୂଜାପଣ୍ଡା ,ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥିଲେ । ଏହାପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ବଡ଼ ଠାକୁର ବଳଭଦ୍ର, ମା ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ, ସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ, ମାଧବ ନୂଆଲୁଗା ପିନ୍ଧାଇ ତାଙ୍କର ବେଶ ସମ୍ପନ୍ନ କରିଥାନ୍ତି। ପରେ, ସ୍ବର୍ଣ୍ଣ ଅଳଙ୍କାର ଏବଂ କର୍ପୂର ଲାଗି ହୋଇଥାଏ। ସୁଦ୍ଧ ସୁଆର ସେବକମାନେ ପୂଜା ବ୍ୟବସ୍ଥା କରିବା ପରେ, ପୂଜାପଣ୍ଡା, ପତିମହାପାତ୍ର, ଓ ମୁଦିରସ୍ତ ବରୁଣ ପୂଜା କରିଥିଲେ। ମଧ୍ୟାହ୍ନ ଧୂପ ନୀତି ସରିବା ପରେ, ଠାକୁରମାନଙ୍କ ନିକଟରେ ମଙ୍ଗଳାର୍ପଣ କରାଯାଇଛି। ଏହା ଉପରାନ୍ତ, ଫୁଲ ଏବଂ ଛେଦା ପ୍ରାସାଦ ଲାଗି ହୋଇ ବନ୍ଦାପନା କରାଯାଇଥିଲା । ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି କରିସାରିଲା ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଥିଲେ । ସୁଦ୍ଧସୁଆର ପୂଜା ଠା କରିବା ପରେ ତିନିବାଡ଼ରେ ପୂଜାପଣ୍ଡା,ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥିଲେ । ଏହି ପୂଜା ଶେଷ ହେବା ପରେ ଭିତରେ ପାଣି ପଡିଥିଲା । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି କରାଯାଇଥିଲା । ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥିଲା । ଏହିପରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପ୍ରଥମାଷ୍ଟମୀ ଦିନ ପାଳିତ ହୋଇଯାଇଛି । ପଢୁଆଁ ଅଷ୍ଟମୀ ବେଶ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ