
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)
- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ବାଲେଶ୍ୱର ଜିଲ୍ଲା ନୀଳଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ, ନୀଳଗିରିରେ ପ୍ରଭୁ
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ମିଳିଲା । ଏହି ଅବସରରେ ଏବଂ ମୁଁ ମହାପ୍ରଭୁଙ୍କ ନିକଟରେ ରାଜ୍ୟର
ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କଲି।
ଏହାସହ, ପୋଲିସ୍ ପଡ଼ିଆରେ ଆୟୋଜିତ 'ସ୍ୱାଧୀନତା ସଂଗ୍ରାମରେ
ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ' ଶୀର୍ଷକ ଫଟୋଚିତ୍ର
ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ବାଲେଶ୍ୱରର ସ୍ୱାଧୀନତା ସଂଗ୍ରାମର ବୀରତ୍ୱପୂର୍ଣ୍ଣ ଇତିହାସ ଏବଂ ଅଖଣ୍ଡ ଭାରତର କର୍ଣ୍ଣଧାର
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମହାନ ତ୍ୟାଗ ଏହି ପ୍ରଦର୍ଶନୀ ମାଧ୍ୟମରେ ଜୀବନ୍ତ ହୋଇଛି, ଯାହା ଆମର
ଯୁବପିଢ଼ିକୁ ରାଷ୍ଟ୍ରପ୍ରେମରେ ଅନୁପ୍ରାଣିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା