ଆଦିବାସୀ ସଂଘ ଦ୍ୱାରା କୋସଳ କଳାମଣ୍ଡଳ ପଡିଆ ରେ ମହାସମାରୋହ ରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ
ବଲାଙ୍ଗିର, 15 ନଭେମ୍ବର (ହି.ସ.)ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ କୋସଳ କଳା ମଣ୍ଡଳ ପଡିଆରେ ଆଜି ଆଦିବାସୀ କ୍ରାନ୍ତିକାରୀ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନିରଞ୍ଜନ ବିଶି, ରାଜ୍ୟସଭା ସାଂସଦ, ଜିଲ୍ଲା ଆଦିବାସୀ କଳ୍ୟାଣ ସଂ
ଆଦିବାସୀ ସଂଘ ଦ୍ୱାରା କୋସଳ କଳାମଣ୍ଡଳ ପଡିଆ ରେ ମହାସମାରୋହ ରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ


ଆଦିବାସୀ ସଂଘ ଦ୍ୱାରା କୋସଳ କଳାମଣ୍ଡଳ ପଡିଆ ରେ ମହାସମାରୋହ ରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ


ଆଦିବାସୀ ସଂଘ ଦ୍ୱାରା କୋସଳ କଳାମଣ୍ଡଳ ପଡିଆ ରେ ମହାସମାରୋହ ରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ


ବଲାଙ୍ଗିର, 15 ନଭେମ୍ବର (ହି.ସ.)ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ କୋସଳ କଳା ମଣ୍ଡଳ ପଡିଆରେ ଆଜି ଆଦିବାସୀ କ୍ରାନ୍ତିକାରୀ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନିରଞ୍ଜନ ବିଶି, ରାଜ୍ୟସଭା ସାଂସଦ, ଜିଲ୍ଲା ଆଦିବାସୀ କଳ୍ୟାଣ ସଂଘର ସଭାପତି ଶ୍ୟାମ ସୁନ୍ଦର ଭୋଇ, କାର୍ଯ୍ୟକାରୀ ସଭାପତି ବନଲତା ମାଝି, ସଂପାଦକ ହେମେନ୍ଦ୍ର ନାଥ ହାଁସଦା, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ସହିତ ରସିକ ଧରୁଆ,ମନୋରଞ୍ଜନ ଭୋଇ, ପ୍ରଫୁଲ୍ଲ ତୁମୁନିଆ, ଭୁବନେଶ୍ୱର କୁଅଂର, ଲକ୍ଷ୍ମୀ ଶବର, ସନ୍ତୋଷ ପୁଟା, ବିକ୍ରମ ଭୋଇ, ନିତ୍ୟାନନ୍ଦ ମାଝି, ରାମଚନ୍ଦ୍ର ମୁର୍ମୁ, ଥବିର ପୁଝାରୀ ପ୍ରମୁଖ ଉଦବୋଧନ ଦେଇଥିଲେ l ଗିରିଧାରୀ ଭୋଇ ସଭା ସଂଚାଳନ କରିଥିଲେ ।

ବିର୍ସା ମୁଣ୍ଡାଙ୍କ ‘ଉଲ୍‌ଗୁଲାନ୍’ ଆଦିବାସୀଙ୍କ ଏକତାର ପ୍ରତୀକ ଅତିଥିମାନେ କହିଲେ ଯେ, କ୍ରାନ୍ତିବିର ବିର୍ସା ମୁଣ୍ଡାଙ୍କନେତୃତ୍ୱରେ ‘ଉଲ୍‌ଗୁଲାନ୍’ ସ୍ଵାଧୀନତା ଆନ୍ଦୋଳନ ଆଦିବାସୀଙ୍କ ଅଧିକାର, ଜମି -ଜଳ-ଜଙ୍ଗଲ ଅଧିକାର ଓ ସ୍ଵଶାସନର ନିମନ୍ତେ ଲଢ଼େଇ କରିଥିଲେ । ଜୟନ୍ତୀ ସଭା ରେ ଆଦିବାସୀନେତା ମାନେ ଉଦବୋଧନ ମାଧ୍ୟମ ରେ ଦାବି କରିଥିଲେ ଯେ ସରକାର

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସ୍ନାତକ ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ପ୍ରଦାନ କରନ୍ତୁ, ଜେଇଇ, ନିଟ, ପବ୍ଲିକ ସର୍ଭିସ ଆୟୋଗ ପରୀକ୍ଷା ପାଇଁ ପରୀକ୍ଷା ଆଗରୁ ତାଲିମ ଓ ନିଶୁଳ୍କ କୋଚିଂ ସୁବିଧା କରାଯାଉ,କେନ୍ଦ୍ର, ରାଜ୍ୟ ସରକାର ଓ ସରକାରୀ ଉଦ୍ୟୋଗ ରେ ଖାଲି ରହିଥିବା ପଦମାନଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ ମାଧ୍ୟମରେ ପୂରଣ କରlଯାଉ, ଆର୍ଥିକ ଉନ୍ନତି ପାଇଁ ବିନା ସୁଧରେ ଋଣ, ଅନ୍ୱେଷା ଯୋଜନା ପୁନର୍ବାର ପ୍ରଚଳନ, ଏସଟି ଛାତ୍ରୀମାନଙ୍କ ପାଇଁ ନର୍ସିଂ ଶିକ୍ଷାର ଆର୍ଥିକ ସହାୟତା ପୁନର୍ବାର ପ୍ରଦାନ କରାଯାଉ, ଆଦିବାସୀ ଙ୍କ ଜଳ-ଜଙ୍ଗଲ-ଜମି ସୁରକ୍ଷା କରାଯାଉ, ଏଟ୍ରୋସିଟି ନିରୋଧ ଆଇନ କଠୋର ଭାବରେ କାର୍ଯ୍ୟକାରୀ କରାଯାଉ ବୋଲି ଆଦିବାସୀ ମାନେ ପ୍ରକାଶ କରିଥିଲେ l ସଭାର ଶେଷରେ ବିର୍ସା ମୁଣ୍ଡାଙ୍କ ଆଦର୍ଶ, ଅଧୁରା ସପ୍ନ ଅନୁସରଣ କରି ଆଦିବାସୀ ଅଧିକାର, ମର୍ଯ୍ୟାଦା ଓ ସମୃଦ୍ଧି ପାଇଁ ସଂକଳ୍ପ କରାଯାଇ ଥିଲାl ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande