
କେନ୍ଦୁଝର, 15 ନଭେମ୍ବର (ହି.ସ.) ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ,କେନ୍ଦୁଝରର ଯୁବ ରେଡକ୍ରସ ଏବଂ ରେଡ୍ ରିବନ କ୍ଲବ ତରଫରୁ ଶନିବାର ଏଚଆଇଭି ଏଡ୍ସ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଡ୍ ରିବନ କ୍ଲବ ଅଧୂକାରୀ ଡଃ ବାଣିଶ୍ରୀ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ଯ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନି ନିକ ଅଧୂକାରୀ ଡଃ ଚିତ୍ତରଞ୍ଜନ ସାହୁ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଏଡ୍ସର ଭୟାବହତା ସମ୍ପର୍କରେ ଛାତ୍ରୀ ମାନଙ୍କୁ ସଚେତନତା କରାଇବା ସହିତ ହିତ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦୁଝର ଶାଖା ଆଇଟିସି କାଉନସିଲର ସୁଶ୍ରୀ ସଂଗୀତା ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଏଚଆଇଭି ଏଡ୍ସର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିବା ସହ ଏଭଳି ମାରାତ୍ମକ ରୋଗରୁ ଯୁବ ଗୋଷ୍ଠୀ କିପରି ନିଜକୁ ସୁରକ୍ଷିତ ରଖ୍ ପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ମାଧ୍ୟମରେ ସଚେତନ କରାଇଥିଲେ। କେନ୍ଦୁଝର ରକ୍ତକେନ୍ଦ୍ର ଜନସମ୍ପର୍କ ଅଧୂକାରୀ ଅକ୍ଷୟ କୁମାର ସାହୁ ରକ୍ତଦାନର ଉପାଦେୟତା ବିଷୟରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀବୃନ୍ଦ ସକ୍ରିୟ ଅଂଶ ଗ୍ରହଣ ଗ୍ରହ କରିଥିଲେ। ପରିଶେଷରେ ଯୁବ ରେଡ଼କ୍ରସ ଅଧୂକାରୀ ଡଃ ମୋନାଲିସା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA