ତଳଗଞ୍ଜେଇପଦର ଗାଁ ରେ ଆନ୍ଧ୍ରର ସ୍ଵାସ୍ଥ୍ୟ ଟିମ, ବ୍ଲକ ପ୍ରଶାସନର ତାଗିଦ ପରେ ଫେରିଲେ
ଜୟପୁର, ୧୫ ନଭେମ୍ବର (ହି.ସ.)- ବିବାଦୀୟ କୋଟିଆରେ ପୁଣି ଆନ୍ଧ୍ର ପଶି ସ୍ୱାସ୍ଥ୍ୟ ସେବା ଯୋଗାଇଛି l ସୂଚନା ପାଇ କୋରାପୁଟ ଜିଲ୍ଲା ପ୍ରଶାସନ ପହଁଚି ସ୍ୱାସ୍ଥ୍ୟ ସେବା ବନ୍ଦ କରିଛି l ଆନ୍ଧ୍ରପ୍ରଦେଶର ପାର୍ବତିପୁରମ୍ ମାନ୍ୟମ୍ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତୋନାମ ସ୍ଵାସ୍ଥ୍ୟକେନ୍ଦ୍ର ତତ୍ବାବ
ତଳଗଞ୍ଜେଇପଦର ଗାଁ ରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ। ବ୍ଲକ ପ୍ରଶାସନ ର ତାଗିଦ ପରେ ଫେରିଲେ।


ଜୟପୁର, ୧୫ ନଭେମ୍ବର (ହି.ସ.)- ବିବାଦୀୟ କୋଟିଆରେ ପୁଣି ଆନ୍ଧ୍ର ପଶି ସ୍ୱାସ୍ଥ୍ୟ ସେବା ଯୋଗାଇଛି l ସୂଚନା ପାଇ କୋରାପୁଟ ଜିଲ୍ଲା ପ୍ରଶାସନ ପହଁଚି ସ୍ୱାସ୍ଥ୍ୟ ସେବା ବନ୍ଦ କରିଛି l ଆନ୍ଧ୍ରପ୍ରଦେଶର ପାର୍ବତିପୁରମ୍ ମାନ୍ୟମ୍ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତୋନାମ ସ୍ଵାସ୍ଥ୍ୟକେନ୍ଦ୍ର ତତ୍ବାବଧାନରେ ଆଜି ଏକ ଟିମ୍ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଗଞ୍ଜେଇପଦର ଗ୍ରାମରେ ପହଞ୍ଚିଥିଲେ। ଏଥିନେଇ ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମ କୃଷ୍ଣ ନାୟକଙ୍କୁ ସୂଚନା ମିଳିଥିଲା। କିଛି ଅଧିକାରୀ ଏବଂ କୋଟିଆ ପୋଲିସଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ଅଧିକାରୀ ଗଣ ପହଞ୍ଚିବା ପରେ ଆନ୍ଧ୍ରର ଉକ୍ତ କାର୍ଯ୍ୟକ୍ରମଟିକୁ ବନ୍ଦ କରିଥିଲେ।

ତେବେ ବାରମ୍ବାର ବିରୋଧ ସତ୍ବେ ସୀମାନ୍ତ ଗାଁ ରେ ଅନୁପ୍ରବେଶ କରୁଛି ଅମାନିଆ ଆନ୍ଧ୍ର। କୋଟିଆ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆ ବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଂଚିତ ନହେବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଛନ୍ତି କିନ୍ତୁ ଗଳା ବାଟ ଦେଇ ଲୁଚିଛପି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ। ଗତ କିଛି ଦିନ ତଳେ ନେରେଡିବାଲସା ଗ୍ରାମରେ ସାପ୍ତାହିକ ହାଟରେ ଆନ୍ଧ୍ର ଅଧିକାରୀ ପହଁଚି ଆଦିବାସୀ ମେଳା କରି ଫେରିଥିବା ବେଳେ ଆଜି ସାଲୁର ମଣ୍ଡଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ ତଳ ଗଞ୍ଜେଇ ପଦର ଗାଁ ରେ ପହଞ୍ଚି ଥିଲେ ଓ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବା ସମୟରେ ବ୍ଲକ ପ୍ରଶାସନ ଖବର ପାଇଥିଲେ। ତୁରନ୍ତ ଉକ୍ତ ଗ୍ରାମରେ ବ୍ଲକ ଅଧିକାରୀ ମାନେ ପହଁଚି ତାଗିଦ କରି ତୁରନ୍ତ ଜାଗାଛାଡି ଚାଲିଯିବା ପାଇଁ କହିଥିଲେ ଓ କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତ ତର୍କ ପରେ ସେମାନେ ଜାଗାଛାଡି ଚାଲିଯାଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande