
ସମ୍ବଲପୁର, ୧୫ ନଭେମ୍ବର (ହି.ସ.)- ସମ୍ବଲପୁର ଅର୍ଡାବାହାଲ ସରକାରୀ (ଏସ୍ ଏସ୍ ଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜନଜାତି ଗୌରବ ଦିବସ ଏବଂ ଭଗଵାନ ବିର୍ସା ମୁଣ୍ଡାଙ୍କର ଜନ୍ମ ବାର୍ଷିକୀ ଅବସରରେ 'ଅଭିଭାବକ ମାନେ ଆମ ଅଂଶୀଦାର' ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବହୁସଂଖ୍ୟାରେ ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦାନ କରିଥିବା ବେଳେ ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣ ପ୍ରଭା ଯାଦବ ସଭାପତିତ୍ଵ କରିଥିଲେ l ଭଗଵାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଦିବସ ଉପରେ ଛାତ୍ରୀ ଏବଂ ଅଭିଭାବକ ଅଭିଭାବିକା ମାନଙ୍କୁ ବୁଝାଇବା ସହ ଛାତ୍ରୀ ମାନଙ୍କୁ ଭଗଵାନ ବିର୍ସା ମୁଣ୍ଡାଙ୍କ ପରି ସାହସୀ ହେବା ଏବଂ ଭଲ ପାଠ ପଢ଼ି ନିଜ ନାମ ତଥା ବିଦ୍ୟାଳୟ ପିତାମାତା ଏବଂ ଗାଁର ନାମ ଉଜ୍ଵଳ କରିବା ବୋଲି ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଡିକାଲ ଅଫିସର ସସ୍ମିତା ଦୋରା ଯୋଗ ଦେଇଥିବା ବେଳେ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳମଣି ସାହୁ, ସମ୍ମାନିତ ଅତିଥି ଭାବେ ଏସଏମସି ଚେୟାରମ୍ୟାନ ଜଗଦୀଶ ଭାଇଁସା, ସରପଞ୍ଚ ଶ୍ରୀମତୀ ସୁଲେଶ୍ୱରୀ ମାଝି ପ୍ରମୁଖ ଯୋଗଦାନ କରିଥିଲେ l କୃତୀ ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ, ଶିବାନୀ ମାରେଇ, ସୁଷମା ପାଣି, ଦୀପିକା ନାଏକ, ବିକାଶ ବିଜୟ ନାଏକ, ରଞ୍ଜନ ସାହୁ , ଖେଳ ଶିକ୍ଷକ ଚନ୍ଦନ କୁମାର ମାକର , କର୍ମଚାରୀ ତ୍ରିନାଥ ପଟେଲ , ମେଘନାଦ ମହାକୁଲ, ମେଟ୍ରନ ଧରିତ୍ରୀ ବେହେରା , ଅନିତା ପଟେଲ ଏବଂ ଏ.ଏନ.ଏମ ଲଳିତା କୁସୁମ ଯୋଗଦାନ କରିଥିଲେ l ସଂସ୍କୃତ ଶିକ୍ଷକ ବିରେନ୍ଦ୍ର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ହରିହର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶୈଳେଶ