ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ
କେନ୍ଦୁଝର, 15 ନଭେମ୍ବର (ହି.ସ.) ଆଜିଥିଲା ମହାନ କ୍ରାନ୍ତିକାରୀ ଧରତୀ ଆବା ବିର୍ସା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ। ଅଳ୍ପ ବୟସ ଜୀବିତ ଥାଇ ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ ଲାଗି ସେ କିମ୍ବଦନ୍ତୀ ପାଲଟି ଯାଇଥିଲେ । ଛୋଟନାଗପୁର ଅଂଚଳରେ ଆଦିବାସୀ ମାନଙ୍କୁ ସାହୁକାର ଓ ବ୍ରିଟିଶ ମା
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ


କେନ୍ଦୁଝର, 15 ନଭେମ୍ବର (ହି.ସ.)

ଆଜିଥିଲା ମହାନ କ୍ରାନ୍ତିକାରୀ ଧରତୀ ଆବା ବିର୍ସା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ। ଅଳ୍ପ ବୟସ ଜୀବିତ ଥାଇ ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ ଲାଗି ସେ କିମ୍ବଦନ୍ତୀ ପାଲଟି ଯାଇଥିଲେ । ଛୋଟନାଗପୁର ଅଂଚଳରେ ଆଦିବାସୀ ମାନଙ୍କୁ ସାହୁକାର ଓ ବ୍ରିଟିଶ ମା ମାନେ ଲୁଣ୍ଠନ କରୁଥିଲେ ଯାହାକୁ ଯୁବକ ବିର୍ସା ବିରୋଧ କରି ବିପ୍ଳବ ଆରମ୍ଭ କରିଥିଲେ । ସମଗ୍ର ଝାଡ଼ଖଣ୍ଡ ଅଂଚଳରେ ଦ୍ରୋହ ବ୍ରିଟିଶଙ୍କୁ ଅସ୍ତବ୍ୟସ୍ତ କରିଦେଇ ହଲାଇ ଦେଇଥିଲା। ତେଣୁ ସେମାନେ ବିର୍ସାଙ୍କୁ ବନ୍ଦୀ ଅବସ୍ଥାରେ ଜେଲ ଭିତରେ ଏହି ମହାନ କ୍ରାନ୍ତିକାରୀଙ୍କ ୧୯୦୦ ମସିହାରେ ମାତ୍ର ୨୫ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଆଜି ମୁଣ୍ଡାଙ୍କ ସାହସ ତ୍ୟାଗ ବଳିଦାନ ଆମମାନଙ୍କ ମଧ୍ଯରେ ପ୍ରେରଣା ହୋଇ ରହିଛି। ତେଣୁ ତଣୁ ଆଜି ଭଳି ପବିତ୍ର ଦିନରେ ବିର୍ସା ଭଗବାନଙ୍କୁ ସମସ୍ତେ ମନେ କରିଥିଲେ। ସ୍ଥାନୀୟ ଟିକର ଗୁମୁରା ଠାରେ ଥୂବା ବିର୍ସା ମୁଣ୍ଡାଙ୍କ ମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ସହ ଅନେକ ସଂଗଠନ କର୍ମକର୍ତ୍ତା ଯାଇ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଆଜି କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧୂକାରୀ ସାର୍ଥକ ରାୟ, ଜୀବନ ସିଂହ ମୁନ୍ଦିଆ, କୁମରମଣି ତନ୍ତୀ, ନିରୋଦ ଚନ୍ଦ୍ର ବେହେରା, ଶ୍ୟାମ ଜେନା, ରାଜେନ୍ଦ୍ର ବୌଦ୍ଧ, ବାବାଜୀ ଚରଣ ପାତ୍ର, ସୁଢଳ କୁମାର ସେଠୀ, ପୂର୍ଣ୍ଣଚନ୍ଦ୍ର ଦାସ ଆଦି ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande