ବଡ଼ପାଟଣା ଗ୍ରାମ ପଞ୍ଚାୟତ ରେ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ
କେନ୍ଦୁଝର, 15 ନଭେମ୍ବର (ହି.ସ.) ପାଟଣା ବ୍ଲକର ମୁଖ୍ୟାଳୟ ବଡ଼ପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଛି। ବଡ଼ପାଟଣା ଗ୍ରାମ ପଞ୍ଚାୟତର ଏଡିଓ ନିହାର ରଞ୍ଜନ ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଞ୍ଚାୟତର ପିଇଓ ତପନ କୁମାର ମହାନ୍ତି, ଅଙ୍ଗନବା
ବଡ଼ପାଟଣା ଗ୍ରାମ ପଞ୍ଚାୟତ ରେ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ


କେନ୍ଦୁଝର, 15 ନଭେମ୍ବର (ହି.ସ.) ପାଟଣା ବ୍ଲକର ମୁଖ୍ୟାଳୟ ବଡ଼ପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଛି। ବଡ଼ପାଟଣା ଗ୍ରାମ ପଞ୍ଚାୟତର ଏଡିଓ ନିହାର ରଞ୍ଜନ ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଞ୍ଚାୟତର ପିଇଓ ତପନ କୁମାର ମହାନ୍ତି, ଅଙ୍ଗନବାଡ଼ି ସୁପରଭାଇଜର ରତ୍ନମଣି ମହାନ୍ତ, କାମେଶ୍ବରପୁର ୱାର୍ଡ ସଭ୍ୟା ବାସନ୍ତୀ ନାଏକ, ଅତିଥୂ ଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥ୍ ଭାବେ ବଡ଼ପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତି ବାନରା ଯୋଗ ଦେଇଥିଲେ।ବିର୍ସାଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ସମସ୍ତ ଅଙ୍ଗନବାଡି କର୍ମୀ, ଗ୍ରାମସାଥୀ, ସିଆରପିଏମ, ଏମବିକେ ସାଧାରଣ ଜନତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ର ଅଜୟ ଦଣ୍ଡପାଟ ଏବଂ ରାତ୍ର ଜଗୁଆଳ ରବୀନ୍ଦ୍ର କାରୁଆ, ଏସ ଇ ଏମ କୈଳାସ ଚନ୍ଦ୍ର ମହାନ୍ତ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande