ଜନଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା ସ୍ତରୀୟ ଉତ୍ସବ
ଜୟପୁର, 15 ନଭେମ୍ବର (ହି.ସ.)କୋରାପୁଟ ସଦରମହକୁମା ସ୍ଥିତ ପୋଲିସ ପେରେଡ ପଡିଆ ଠାରେ ଜନଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା ସ୍ତରୀୟ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂ
ଜନଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା ସ୍ତରୀୟ ଉତ୍ସବ


ଜୟପୁର, 15 ନଭେମ୍ବର (ହି.ସ.)କୋରାପୁଟ ସଦରମହକୁମା ସ୍ଥିତ ପୋଲିସ ପେରେଡ ପଡିଆ ଠାରେ ଜନଜାତୀୟ ଗୌରବ ଦିବସ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା ସ୍ତରୀୟ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ସ୍ଥାନୀୟ ପୋଲିସ ବେରେକ ଠାରୁ ଖଣ୍ଡିୟ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟକୁ ଏବଂ ଡିନକେ କଲୋନୀ ସ୍ଥିତ ଓ ପାଠାଗାରକୁ ଭଗବାନ ବିର୍ସାମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଆଜି ମାନ୍ୟବର ମନ୍ତ୍ରୀ ଘୋଷଣା କଲେ l ଆଭାସୀ ମାଧ୍ୟମରେ ମାନ୍ୟବର ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର କୁନ୍ଦୁରା ବ୍ଲକ ସ୍ଥିତ ରାଣୀଗୁଡା ଠାରେ ଓ ବନ୍ଧୁଗାଁ ସ୍ଥିତ ଆଲମଣ୍ଡl ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ ତଥା ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କୋରାପୁଟର ମାନ୍ୟବର ବିଧାୟକ ରଘୁରାମ ମାଛ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପୌର ପରିଷଦର ଅଧକ୍ଷ ଲଲାଟ ରଞ୍ଜନ ସେଠି, ସମ୍ମନିତ ଆଦିବାସୀ ଉନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ ଉପସ୍ଥିତ ଥିଲେ l ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande