ରୁଦ୍ରାଣୀ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ
କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ସ୍ଥିତ ରୁଦ୍ରାଣୀ ପବ୍ଲିକ ସ୍କୁଲରେ ଶିଶୁ ଦିବସ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଡକ୍ଟର ପୂର୍ବାସା ପ୍ରି
ରୁଦ୍ରାଣୀ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ


କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ସ୍ଥିତ ରୁଦ୍ରାଣୀ ପବ୍ଲିକ ସ୍କୁଲରେ ଶିଶୁ ଦିବସ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଡକ୍ଟର ପୂର୍ବାସା ପ୍ରିୟଦର୍ଶିନୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଣ୍ଡା, ସ୍ଥାନୀୟ କପାଳେଶ୍ୱର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଲୋହିତ କୁମାର ମହାନ୍ତି, ରୁଦ୍ରାଣୀ ପବ୍ଲିକ ସ୍କୁଲର ସଭାପତି ପିତାମ୍ବର ଦାସ ବିଦ୍ୟାଳୟର ଅଧ୍ୟାପିକା ସୌଦାମି ଦାମିନୀ ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବରେ ଉପସ୍ଥିତ ରହି ପ୍ରଥମେ ଚାଚା ନେହୁରଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରିବା ପରେ ପିଲାମାନଙ୍କୁ ଶିଶୁ ଦିବସର ତାପର୍ଯ୍ୟ ଉପରେ ବୁଝାଇଥିଲେ । ଚାଚା ନେହରୁଙ୍କ ଆଦର୍ଶ ଓ ନୀତି ଉପରେ ଚାଲିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର କୁନି କୁନି ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କାହାଣୀ ଆବୃତ୍ତି, ରାଇମ୍ସ , ଫ୍ୟାନ୍ସୀ ଡ୍ରେସ, ନୃତ୍ୟ, ଗୀତ ଓ ଫ୍ୟାସନ ଡିଜାଇନିଙ୍ଗ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande