ବରିଷ୍ଠ ସାମ୍ବାଦିକ ଗୌର ଚନ୍ଦ୍ର ପରିଚ୍ଛା ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା
ସୁବର୍ଣ୍ଣପୁର, 15 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନନ୍ତପାଲି ଗ୍ରାମ ର ବରିଷ୍ଠ ସାମ୍ବାଦିକ ତଥା ଉଲୁଣ୍ଡା ବ୍ଲକ ପ୍ରମେୟ ପ୍ରତିନିଧି କମଳ ଲୋଚନ ପରିଚ୍ଛା ଙ୍କ ପିତା ଗୌର ଚନ୍ଦ୍ର ପରିଚ୍ଛା ଙ୍କ ବିୟୋଗ ରେ ଆଜି ସ୍ଥାନୀୟ ବ୍ଲକ ସଭା ଗୃହ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବରିଷ୍ଠ ସାମ୍ବାଦିକ ଗୌର ଚନ୍ଦ୍ର ପରିଚ୍ଛା ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା.....


ବରିଷ୍ଠ ସାମ୍ବାଦିକ ଗୌର ଚନ୍ଦ୍ର ପରିଚ୍ଛା ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା.....


ସୁବର୍ଣ୍ଣପୁର, 15 ନଭେମ୍ବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନନ୍ତପାଲି ଗ୍ରାମ ର ବରିଷ୍ଠ ସାମ୍ବାଦିକ ତଥା ଉଲୁଣ୍ଡା ବ୍ଲକ ପ୍ରମେୟ ପ୍ରତିନିଧି କମଳ ଲୋଚନ ପରିଚ୍ଛା ଙ୍କ ପିତା ଗୌର ଚନ୍ଦ୍ର ପରିଚ୍ଛା ଙ୍କ ବିୟୋଗ ରେ ଆଜି ସ୍ଥାନୀୟ ବ୍ଲକ ସଭା ଗୃହ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି. ଓଡିଶା ସଂମ୍ବାଦିକ ସଂଘ (ଓଜେୟୁ ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ଓ ସୁବର୍ଣ୍ଣପୁର ପ୍ରମେୟ ପରିବାର ପକ୍ଷରୁ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଜେୟୁ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥିଲେ. ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଆଞ୍ଜେଲିନା ପ୍ରଧାନ, ପ୍ରମେୟ ପରିବାର ର ବରିଷ୍ଠ ସଦସ୍ୟ ତଥା ବରିଷ୍ଟ ସମ୍ବାଦିକ ପର୍ଶୁରାମ ମିଶ୍ର, ସାହିତ୍ୟକ ଆର୍ତ୍ତତ୍ରାଣ ବାବୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶିକ୍ଷାବିତ ପ୍ରଦୀପ ପୁରୋହିତ, ବରିଷ୍ଠ ନାଗରିକ ସଂଘ ର ଜ୍ୟୋତିରଞ୍ଜନ ପଟ୍ଟନାୟକ, ସମ୍ୱାଦିକ ରତନ ପଟ୍ଟନାୟକ, ସାମ୍ବାଦିକ ବେଣୁଧର ପ୍ରଧାନ, ବିବେକାନନ୍ଦ ମିଶ୍ର ପ୍ରମୁଖ ସହ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗ ଦେଇ ସ୍ବର୍ଗତ ପରିଚ୍ଛା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ପ୍ରାରମ୍ଭ ରେ ସ୍ବର୍ଗତ ଆତ୍ମା ର ସଦଗତି ପାଇଁ 2 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା. ସ୍ବର୍ଗତ ଗୌର ଚନ୍ଦ୍ର ପରିଚ୍ଛା ଜଣେ ସରଳ, ଅମାୟିକ, ଧାର୍ମିକ ବ୍ୟକ୍ତି ଭାବେ ଜିଲ୍ଲା ରେ ଖୁବ ପରିଚିତ ଥିଲେ. ବିଶେଷ କରି ଦୀର୍ଘ 30 ବର୍ଷ ର ସାମ୍ବାଦିକ ଜୀବନୀ କାଳ ରେ ସ୍ବର୍ଗତ ପରିଚ୍ଛା ବହୁତ ଗୁଡାକ ସମସ୍ୟା ଭିତ୍ତିକ ନିୟୁଜ ଲେଖି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ, ଫଳ ରେ ଅଞ୍ଚଳ ର ଅନେକ ଗୁଡ଼ାଏ ସମସ୍ୟା ର ସମାଧାନ ହେବା ସହ ବହୁତ ଗୁଡ଼ାଏ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥିଲା ବୋଲି ଏହି ଅବସର ରେ ମତପ୍ରକାଶ ପାଇଥିଲା. ଏବଂ ସ୍ବର୍ଗତ ପରିଚ୍ଛା ଙ୍କ ବିୟୋଗ ରେ ଜିଲ୍ଲା ର ଅପୂରଣୀୟ କ୍ଷତି ହେବା ସହ ସାମ୍ବାଦିକ ସଂଘ ର ଏକ ଶୁନ୍ୟସ୍ଥାନ ସୁଷ୍ଟି ହେଲା ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା. ଓଜେୟୁ ଜିଲ୍ଲା ଉପ ସଭାପତି ଦିଲ୍ଲୀପ ପାତ୍ର ସଭା ସଂଯୋଜନା କରିଥିବା ବେଳେ ଓଜେୟୁ ରାଜ୍ୟ ସମ୍ପାଦକ ରାଜକିଶୋର ତ୍ରିପାଠୀ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande