
ସୁବର୍ଣ୍ଣପୁର, 15 ନଭେମ୍ବର (ହି.ସ.)- ଆଜି ଓଡିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ର ଉଲୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପଦେଷ୍ଟା ସ୍ଵର୍ଗତ ଗୌର ଚନ୍ଦ୍ର ପରିଛାଙ୍କ ସ୍ମୁତି ଉଦ୍ଧେଶ୍ୟରେ ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ସମ୍ମାନୀତ ଅତିଥି ଭାବେ ଡ଼. ଆର୍ତ୍ତ ତ୍ରାଣ ବାବୁ, ବରିଷ୍ଠ ସାମ୍ବାଦିକ ଶ୍ରୀ ପର୍ଶୁରାମ ମିଶ୍ର, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଆଇନ୍ ଜିବୀ ପ୍ରଦୀପ ପୁରୋହିତ, ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ଵର୍ଗତ ପରିଛା ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ପରେ ପରେ ସ୍ୱର୍ଗୀୟ ଅମର ଆତ୍ମା ର ଶାନ୍ତି ସଦ ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା l ସଂଘର ଜିଲ୍ଲା ଶାଖା ସଭାପତି ଶ୍ରୀ ମନୋରଞ୍ଜନ ତ୍ରୀପାଠୀଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ସଭାରେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର ଅତିଥି ପରିଚୟ ପ୍ରଦାନ କରି ସଭା ସଂଯୋଜନା କରିଥିଲେ l ଶ୍ରୀ ପରିଛା ଏକାଧାରରେ ଜଣେ ସାମ୍ବାଦିକ , ସାହିତ୍ୟକ, ଗାଳ୍ପିକ, ସମାଜ ସେବୀ, ଆୟୁର୍ବେଦ ଚିକିତ୍ସକ, ପ୍ରବଚକ, ଓ ପରିବେଶ ପ୍ରେମୀ ଭାବେ ଖୁବ୍ ଜଣାଶୁଣା ଥିଲେ ବୋଲି ଅତିଥି ମାନେ ମତ ରଖି ଥିଲେ l ଶ୍ରୀ ପରିଚ୍ଛା ସମାଜ ପାଇଁ ଏ ଅଞ୍ଚଳ ପାଇଁ ହିତ ଓ ସମାଜ ପାଇଁ ସମର୍ପିତ ଥିଲେ ବୋଲି ମତ ରଖି ସେ ବ୍ରହ୍ମ ଉପାସନାର ବ୍ରତୀ ଥିଲେ ଓ ସ୍ପଷ୍ଟ ବାଦୀ ଥିଲେ ବୋଲି ମତ ଦେଇଥିଲେ l ଏ ଅଞ୍ଚଳର କଳା, ସଂସ୍କୃତି, ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ବିକାଶର ଚିତ୍ର ଆଙ୍କିବାରେ ଏକ ଧୁରନ୍ଧର କାରିଗର ଥିଲେ ବୋଲି ସମସ୍ତ ଅତିଥି ଓ ସାମ୍ୱାଦିକ ରତନ ପଟ୍ଟନାୟକ, ବେଣୁଧର ପଧାନ ମତ ରଖିଥିଲେ l ସଂଘର ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ ଧନ୍ୟ ବାଦ ଅର୍ପଣ କରିଥିଲେ l ଶେଷରେ ଶାନ୍ତି ପାଠ ମନ୍ତ୍ର ପରେ ସଭା ସାଙ୍ଗ ହୋଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ