ଜିଲ୍ଲା ସ୍ତରୀୟ ଅନ୍‌ଲାଇନ୍ ସୁରକ୍ଷା ଓ ସାଇବର୍ ବୁଲିଂ କର୍ମଶାଳା
କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବେଟି ବଂଚାଅ ଓ ବେଟୀ ପଢାଓ ଯୋଜନା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍‌ଲାଇନ୍ ସୁରକ୍ଷା ଓ ସାଇବର ବୁଲିଂ କର୍ମଶାଳା ଜିଲ୍ଲାସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍
ଜିଲ୍ଲା ସ୍ତରୀୟ ଅନ୍‌ଲାଇନ୍ ସୁରକ୍ଷା ଓ ସାଇବର୍ ବୁଲିଂ କର୍ମଶାଳା ।


କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବେଟି ବଂଚାଅ ଓ ବେଟୀ ପଢାଓ ଯୋଜନା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍‌ଲାଇନ୍ ସୁରକ୍ଷା ଓ ସାଇବର ବୁଲିଂ କର୍ମଶାଳା ଜିଲ୍ଲାସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗ ଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ପ୍ରଭାତ ବିଶ୍ୱାଳ, କେନ୍ଦ୍ରାପଡା ସ୍ୱୟଂ ଶାସିତମହା ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା, ଚାଇଲ୍ଡ ଫଣ୍ଡ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ରିସୋର୍ସ ପର୍ସନ ଭାବେ ଆଶୀଷ ରଂଜନ ସାହୁ, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଇବର ବୁଲିଂ ଓ ଅନ୍‌ଲାଇନ୍ ସୁରକ୍ଷା ସଂପର୍କରେ ମତବ୍ୟକ୍ତ କରି ଉପସ୍ଥିତ ଥିବା କଲେଜର ଛାତ୍ରଛାତ୍ରୀ, ଆଶାକର୍ମୀ, ଅଙ୍ଗନଓା୍ୱଡୀ କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୁଝାଇ ଥିଲେ । କୈାଣସି ଲୋଭରେ ବଶବର୍ତୀ ନହୋଇ ଠକାମିର ଶିକାର ନ ହେବାକୁ ଉପଦେଶ ଦେଇଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସିଡିପିଓ ଉପସ୍ଥିତ ରହି ୪ ଜଣ ବହୁମୁଖୀ କୃତୀତ୍ୱ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ହବ୍‌ ର ଜିଲ୍ଲା ସଂଯୋଜକ ଲଲାତେନ୍ଦୁ ଭୋଇ ମଂଚ ପରିଚାଳନା କରିଥିବା ବେଳେ ରଜନୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande