ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ
ସୁବର୍ଣ୍ଣପୁର, ୧୫ ନଭେମ୍ବର (ହି.ସ.)ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟାଳୟ ସ୍ଥିତ ଟାଉନ ହଲ ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ ହୋଇଥିଲା। ଏହି ଜନଜାତିୟ ଗୌରବ ଦିବସ ୨୦୨୫ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ସଭାକୁ ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ
ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ।


ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ।


ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ।


ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ।


ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ।


ସୁବର୍ଣ୍ଣପୁର, ୧୫ ନଭେମ୍ବର (ହି.ସ.)ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟାଳୟ ସ୍ଥିତ ଟାଉନ ହଲ ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ୨୦୨୫ ପାଳିତ ହୋଇଥିଲା। ଏହି ଜନଜାତିୟ ଗୌରବ ଦିବସ ୨୦୨୫ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ସଭାକୁ ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର, ଅଚ୍ୟୁତାନନ୍ଦ ସିଂହ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ୟକ୍ଷା, ସୋନପୁର ମ୍ୟୁନିସିପାଲଟି, ରାଜ୍ୟ ଭାରତୀୟ ଜନତା ପାର୍ଟିର ଆଦିବାସୀ ସେଲର ସମ୍ପାଦକ, ବିହାରୀ ମାଝୀ, ମିର୍ଦ୍ଧା ସମାଜର ବୈଶାଖୁ ମିର୍ଦ୍ଧା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ସୁବର୍ଣ୍ଣପୁର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିର୍ସା ମୁଣ୍ଡାଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମ ନେଇଥିବା ଭୂମିକା ସହିତ ଜନଜାତି ଲୋକଙ୍କ ଏକତା ଓ ବିକାଶ ପାଇଁ ତାଙ୍କର ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ। ଏତଦ୍ ବ୍ୟତୀତ, ଜନଜାତି ଲୋକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଜନଜାତି ବହୁଳ ଗ୍ରାମ ପଞ୍ଚାୟତ ଯଥା ବୀରମହାରାଜପୁର ପଞ୍ଚାୟତ ସମିତିର ଦୂର୍ଜନତାଇଲା ଗ୍ରାମ ପଞ୍ଚାୟତର କୁଞ୍ଜାପାଲି, ଉଲୁଣ୍ଡା ପଞ୍ଚାୟତ ସମିତିର ଯୋଉଁରା ଭଉଁରା ଗ୍ରାମ ପଞ୍ଚାୟତର ବ୍ରାହ୍ମଣିପାଲି ଓ ବିନିକା ପଞ୍ଚାୟତ ସମିତିର ବାଙ୍କିଘିରିଡି ଗ୍ରାମ ପଞ୍ଚାୟତର ଆଖିଦାଦର୍ ଗ୍ରାମର ଛାତ୍ର ଛାତ୍ରୀ ଓ ଜନସାଧାରଣ ସଭାରେ ଉପସ୍ଥିତ ରହି ଆଭାସି ମାଧ୍ୟମରେ ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜନଜାତିୟ ଗୌରବ ଦିବସ ୨୦୨୫ ର ସିଧା ପ୍ରସାରଣ ଦେଖିଥିଲେ ଓ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଭାଷଣ ବା ଉଦବୋଧନ ଶୁଣିଥିଲେ। ଏହି ଅବସରରେ ସୋନପୁର ଟାଉନ ହଲ ଠାରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପରେ ୧୨ ଜଣ ସିକିଲ ସେଲ ଆଦିବାସୀ ରୋଗୀଙ୍କୁ ଶିକିଲ ସେଲ ସ୍ୱାସ୍ଥ୍ୟ କାର୍ଡ ଓ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ ୧୨ ଜଣ ଆଦିବାସୀ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ତିନୋଟି ଗ୍ରାମ ପଞ୍ଚାୟତର ଛାତ୍ର ଛାତ୍ରୀ ଓ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଦିବସ ପାଳନ ଅବସରରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ।

-------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande