ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା
ସମ୍ବଲପୁର, ୧୫ ନଭେମ୍ବର (ହି.ସ.) ଆଜି ସମ୍ବଲପୁର ରିଭର ଇନ ରେସୋର୍ଟ ଠାରେ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଅଞ୍ଚଳର ରାଜସ୍ୱ ଅଧିକାରୀ ଙ୍କୁ ନେଇ ଏକ ଦୁଇଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା, ମୁଖ୍ୟଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଉପସ୍ଥିତି ରେ ଆଜି
ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା


ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା


ଦୁଇ ଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା


ସମ୍ବଲପୁର, ୧୫ ନଭେମ୍ବର (ହି.ସ.) ଆଜି ସମ୍ବଲପୁର ରିଭର ଇନ ରେସୋର୍ଟ ଠାରେ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଅଞ୍ଚଳର ରାଜସ୍ୱ ଅଧିକାରୀ ଙ୍କୁ ନେଇ ଏକ ଦୁଇଦିନିଆ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କର୍ମଶାଳା, ମୁଖ୍ୟଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଉପସ୍ଥିତି ରେ ଆଜି ଉଦ୍ଘାଟନ ହୋଇଯାଇଛି। ଏହି କର୍ମଶାଳା ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଆନୁକୂଲ୍ୟ ରେ ଆୟୋଜିତ ହୋଇଛି, ଯାହା ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଅଞ୍ଚଳରେ ଆସୁଥିବା ୧୨ଟି ଜିଲ୍ଲାର ସମସ୍ତ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର, ରାଜସ୍ୱ ଅଧିକାରୀ, ବିଶେଷଜ୍ଞମାନେ ଓ ବିଭାଗୀୟ କର୍ମକର୍ତ୍ତାମାନେ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ର ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆମକୁ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ରାଜସ୍ୱ ସେବା ରାଜ୍ୟରୁ ଆରମ୍ଭ କରି ଗ୍ରାମସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମକୁ ନିରନ୍ତର ଭାବରେ କାର୍ଯ୍ୟ କରିବାକୁ ହେବ । ରାଜସ୍ୱ ଆଇନ କେତେଦୂର ଠିକ ଭାବରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସମୀକ୍ଷା କରିବା ଦରକାର । ଯଦି ହେଉନାହିଁ ତାର କାରଣ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି । ନିଜର ବିଚାର ଓ ବିବେକ ଅନୁଯାୟୀ ସାଧାରଣ ଲୋକଟିକୁ ନ୍ୟାୟ ଦେବାକୁ ପଡିବ । ଆମେ ଜନସାଧାରଣଙ୍କ ସେବକ । ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ତୁରନ୍ତ ସେବା ଓ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ସଚେତନ ରହି କାର୍ଯ୍ୟ କରିବାକୁ ପଡିବ । ସଠିକ ଭାବରେ ରାଜସ୍ୱ ସେବା ଯୋଗାଇ ଦେବା ସହ ସମାଜର ମଙ୍ଗଳ ଓ ସମାଜକୁ ଆଗକୁ ନେବାକୁ ରାଜସ୍ୱ ଅଧିକାରୀମାନେ ନିରନ୍ତର କାର୍ଯ୍ୟ ଜାରି ରଖନ୍ତୁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ରାଜସ୍ୱ ସେବା ଲୋକଙ୍କୁ କିପରି ପ୍ରଦାନ କରାଯାଉଛି, ତାହାରେ ପରିବର୍ତ୍ତନଶୀଳ ବଦଳ ଆଣିବାର ସମୟ ଆସିଛି ସେଥିପାଇଁ ଆଧୁନିକରଣ ଦିଗରେ କାର୍ଯ୍ୟ କରିବା ପାଇଁ କହିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ସ୍ଵାଗତ ଅଭିଭାଷଣ ରେ ପାରଦର୍ଶୀ ପ୍ରଶାସନ ନିମାର୍ଣ୍ଣରେ ରାଜସ୍ୱ ବିଭାଗ କୁ ଅନ୍ୟ ବିଭାଗ ତୁଳନାରେ କାର୍ଯ୍ୟଶୀଳ ବିଭାଗ ବୋଲି ବିବେଚନା କରିଥିଲେ । କହିଥିଲେ ଏହି ବିଭାଗ ରେ କାମ କଲେ ଆମ କୁ ଅନେକ କିଛି ଶିଖିବାକୁ ମିଳେ । ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଶ୍ରୀ ମାନସ ରଞ୍ଜନ ସାମଲ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଯୁଗ୍ମ ସଚିବ ପ୍ରଦୀପ କୁମାର ସାହୁ ଏବଂ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତୀରାମ ଛାୱାନ୍ ସରକାରୀ ଜମି ସ୍ଥାପନ ସମେତ ସାମ୍ପ୍ରତିକ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିବାର ଏବଂ ଅନୁଷ୍ଠାନ/ସଂଗଠନ ସହିତ ସରକାରୀ ଜମି ବନ୍ଦୋବସ୍ତ, ନଜୁଲ/ଖସମହଲ ଜମି ସମସ୍ୟା ର ସମାଧାନ, ଓପିଏଲ୍ଇ ଏବଂ ଓଡିଶା ପବ୍ଲିକ୍ ପ୍ରିମିସେସ୍ ଧାରା ୧୯୭୨ ଅନୁସାରେ ଅଣଧିକୃତ ଦଖଲ ହଟାଇବା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ସଚିବ ଅମିୟ କୁମାର ସାହୁ ଏବଂ ସୁରଞ୍ଜନ ପ୍ରଧାନ ରାଜସ୍ୱ ବିଭାଗର କାର୍ଯ୍ୟକଳାପ ରେ ଡିଜିଟାଲ ଆପ୍ଲିକେସନ୍‌ ର ବ୍ୟବହାର, ORTPS ଆକ୍ଟ, OLR ଆଇନର ଧାରା 8-A ଅନୁଯାୟୀ କୃଷି ଜମିର ପରିବର୍ତ୍ତନ, ଜଳାଶୟ କିସମ୍ ଜମି ସୁରକ୍ଷା, ବୋଡି ମାନଙ୍କ ସୁରକ୍ଷା ଉପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ କମଲ ଲୋଚନ ମିଶ୍ର(ଭା.ପ୍ର.ସେ) ଓ ଶ୍ରୀ ସିଦ୍ଧାର୍ଥ ଶଂକର ଆଚାର୍ଯ୍ୟ(ଓ.ବ.ସେ) ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ମରୁଡି ପରିସ୍ଥିତି ପରିଚାଳନା, DAMPS ମାଧ୍ୟମରେ ମନିଟରିଂ, ଫସଲ କାଟିବା, ଇନପୁଟ୍ ସବସିଡି ଫସଲ ବୀମା ବଣ୍ଟନ ଏବଂ ଡିଜିଟାଲ କ୍ରପ ସର୍ଭେ ଇତ୍ୟାଦି ଉପରେ, ରାଜସ୍ୱ ସମ୍ପତ୍ତି ପରିଚାଳନା ବିଭାଗ ର ଅତିରିକ୍ତ ସଚିବ ଶ୍ରୀ ଦିଗନ୍ତ ରାଉତରାୟ (ଓ.ପ୍ର.ସେ) ଏବଂ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗର ଉପ ନିର୍ଦ୍ଦେଶକ- ଶ୍ରୀ ପରୀକ୍ଷିତ ଦାଶ ବିବିଧ ପ୍ରମାଣପତ୍ର ନିୟମ, ଜାତି ପ୍ରମାଣପତ୍ର ନିୟମ ଅନୁଯାୟୀ ଜାତି ପ୍ରମାଣପତ୍ର ପ୍ରଦାନ ଏବଂ ନକଲି ଜାତି ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ୟା ଉପରେ, ଦେଓଗଡ଼ ଜିଲ୍ଲା ର ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ- ଶ୍ରୀ କବିନ୍ଦ୍ର ସାହୁ(ଭା. ପ୍ର. ସେ) ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଯୁଗ୍ମ ସଚିବ ଶ୍ରୀ ପ୍ରଦୀପ କୁମାର ସାହ(ଓ.ପ୍ର.ସେ) ସୀମା ପରିବର୍ତ୍ତନ ପ୍ରକ୍ରିୟା, ହାଇ-ଟେକ୍ ସର୍ଭେ, ଭୂ ନକ୍ସା କାଡାଷ୍ଟ୍ରାଲ୍ ମାନଚିତ୍ରର ଡିଜିଟାଇଜେସନ୍ ଉପରେ, ବୈଜ୍ଞାନିକ -ଏଫ୍. ଏନଆଇସି, ଓଡ଼ିଶା, ଭୁବନେଶ୍ୱର ଶ୍ରୀ ଜାଗେଶ୍ୱର ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଯୁଗ୍ମ ସଚିବ ଶ୍ରୀ ପ୍ରଦୀପ କୁମାର ସାହ(ଓ.ପ୍ର.ସେ) ଏବଂ ପଦମପୁର ର ଉପଜିଲ୍ଲାପାଳ ଅର୍ଗୁଲା ସ୍ନେହା(ଭା. ପ୍ର. ସେ) ରାଜସ୍ୱ ପ୍ରଶାସନିକ ବ୍ୟବସ୍ତା ରେ ଆଇଟି ର ବ୍ୟବହାର, LRMS, CCMS / RCCMS, ଅନାନ୍ୟ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ଉପରେ, ଝାରସୁଗୁଡା ର ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚି ପଣ୍ଡା(ଓ.ପ୍ର.ସେ) ଭୂମି ରେକର୍ଡ ପ୍ରସ୍ତୁତି ଏବଂ ରକ୍ଷଣାବେକ୍ଷଣ, ସ୍ତମ୍ଭ-୨ ଉପରେ ଗୁରୁତ୍ୱ ଦେଇ ପରିବର୍ତ୍ତନ ବିଷୟ ଏବଂ ଆରଡିସିର ଅବସରପ୍ରାପ୍ତ ପୂର୍ବତନ ସଚିବ ଶ୍ରୀ ସୁକାନ୍ତ ତ୍ରିପାଠୀ(ଓ.ପ୍ର.ସେ) ତହସିଲଦାରମାନଙ୍କ ଦ୍ୱାରା ଆରପି ମାମଲା ପାଇଁ ରିପୋର୍ଟ ଦାଖଲ ଏବଂ ସଂଶୋଧନ ଅଦାଲତର ନିର୍ଦ୍ଦେଶ ପାଳନ ବିଷୟ ଉପରେ ଉପସ୍ଥାପନା ପ୍ରଦାନ କରିଥିଲେ।

ଏହା ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ ରାମ ଚନ୍ଦ୍ର ଜାଧବ ସ୍ଵାଗତ ଅଭିଭାଷଣ ଦେଇଥିଲା ବେଳେ ଶେଷରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଧନ୍ୟବାଦ ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande