ଦେଶି ମଦ ଚାଲାଣ ବେଳେ ଚଢଉ : ଜଣେ ଗିରଫ
ଜୟପୁର, ୧୫ ନଭେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରାଯାଇ ଜଣେ ଅଭିଯୁ୍‌କ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଡିମଳା ଗ୍ରାମର ଇଶ୍ୱର ହରିଜନ (୨୭) । ସୂଚନା ଅନୁଯାୟୀ, ଏକ ବାଇକରେ ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥା
ଦେଶି ମଦ ଚାଲାଣ ବେଳେ ଚଢାଉ ଜଣେ ଗିରଫ


ଜୟପୁର, ୧୫ ନଭେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରାଯାଇ ଜଣେ ଅଭିଯୁ୍‌କ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଡିମଳା ଗ୍ରାମର ଇଶ୍ୱର ହରିଜନ (୨୭) । ସୂଚନା ଅନୁଯାୟୀ, ଏକ ବାଇକରେ ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ପଦ୍ମପୁର ରାସ୍ତାରେ ଚଢଉ କରାଯାଇଛି । ଚଢଉ କରି ବାଇକ ସହ ୧୨ ଲିଟର ଦେଶି ମଦ ଜବତ ହୋଇଛି । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande