ଆପେକ୍ସ ସ୍କୁଲରେ ଖାଦ୍ୟ ମେଳା
କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଆପେକ୍ସ ଆଙ୍ଗଲୋ ଆରବିକ୍ ସ୍କୁଲରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଅବଦୁଲ୍ ମଲ୍ଲିକଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୩୦ଟି ଖାଦ୍ୟ ଷ୍ଟଲ ଖୋଲା
ଆପେକ୍ସ ସ୍କୁଲ୍‌ରେ ଖାଦ୍ୟ ମେଳା


ବଗଡା ପ୍ୟାକ୍ସ ରେ ସମବାୟ ସପ୍ତାହ ଉଦ୍‌ଘାଟିତ


କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଆପେକ୍ସ ଆଙ୍ଗଲୋ ଆରବିକ୍ ସ୍କୁଲରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଅବଦୁଲ୍ ମଲ୍ଲିକଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୩୦ଟି ଖାଦ୍ୟ ଷ୍ଟଲ ଖୋଲା ଯାଇଥିଲା । ଏହିଖାଦ୍ୟ ମେଳାରେ ଗୁପଚୁପ୍‌, ଚାର୍ଟ, ଦହିବରା, ମାଣ୍ଡିଆ ଦ୍ୱାରା ତିଆରି ବିଭିନ୍ନ ମିଠା ସହିତ ଚିକେନ୍ କୋହିନୁର୍ ରସମଲ୍ଲାଇ ଇତ୍ୟାଦି ମେଳାରେ ରଖାଯାଇଥିଲା ।

ପ୍ରଧାନ ଶିକ୍ଷୟିତ୍ରୀ ସାଇରା ପରୱିନ୍‌ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଆସ୍‌ମା ପରୱିନ୍‌, ଉଜମା ଆରା, ଇତିଶ୍ରୀ ଦାସ, ସାହେନାଜ୍ ପରୱିନ୍‌, ସେକ୍ ଆସାଦୁଲ୍ଲା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande