
ଜୟପୁର, ୧୫ ନଭେମ୍ବର (ହି.ସ.)- ଜୟପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗ୍ୟାରେଜ ମାଲିକ ମାନେ ଗାଡି ରଖିବା ସହ ଉଠା ଦୋକାନି ମଧ୍ୟ ପସରା ମେଲାଇ ବସିଥିବା ଯୋଗୁଁ ରାସ୍ତା ସଂକିର୍ଣ ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଇଛି । ଜାତୀୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ଲୋକ ମାନେ ବହୁତ ହଇରାଣ ହେଉଛନ୍ତି । ଆଜି ସରକାରି ବସଷ୍ଟାଣ୍ଡ ଠାରୁ ହାଟପଦା ଯାଏ ଚଢଉ କରାଯାଇଛି । ଏନେଇ ଆଜି ଜୟପୁର ତହସିଲଦାର ସବ୍ୟସାଚି ଜେନା, ରାଜସ୍ଵ ସୁପରଭାଇଜର ହରିହର ଶତପଥୀ ଓ ପୌରପାଳିକା ମିଳିତ ଭାବେ ଉପସ୍ଥିତ ରହି ଉଛେଦ କରିଛନ୍ତି । ଆଗାମୀ ଦିନରେ ପୁଣି ରାସ୍ତା ଉପରେ ଗାଡି ରଖିବା କି ଦୋକାନ ଖୋଲିଲେ ଜୋରିମାନା ଆଦାୟ କରିବା ସହ ଗ୍ୟାରେଜ କୁ ସିଲ କରିବାକୁ ତାଗିଦ କରାଯାଇଛି । ଆଜି ହାଟପଦା ଠାରେ ଥିବା ଗୁପ୍ତା ଗ୍ୟାରେଜ କୁ ସିଲ କରାଯାଇଛି । ଜାତୀୟ ରାଜପଥରେ ବେଆଇନ ପାର୍କିଂ କରୁଥିବାରୁ ସିଲ କରାଯାଇଛି । ମରାମତି ପାଇଁ ଆସିଥିବା ଗାଡିକୁ ଗ୍ୟାରେଜ ମାଲିକ ପାର୍କିଂ କରିଆସୁଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି