ହୀରାକୁଦ ଉପକଣ୍ଠରେ ଇକୋ ରିଟ୍ରିଟର ଉଦ୍ଘାଟନ
ହୀରାକୁଦ ଉପକଣ୍ଠରେ ଇକୋ ରିଟ୍ରିଟର ଉଦ୍ଘାଟନ
ହୀରାକୁଦ ଉପକଣ୍ଠରେ ଇକୋ ରିଟ୍ରିଟର ଉଦ୍ଘାଟନ


ସମ୍ବଲପୁର, ୧୫ ନଭେମ୍ବର (ହି.ସ.) ସବୁ ବର୍ଷପରି ଏହି ବର୍ଷ ମଧ୍ୟ ହୀରାକୁଦ ଇକୋ ରିଟ୍ରିଟ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି | ଆଜି ହୀରାକୁଦ ଉପକଣ୍ଠରେ ଇକୋ ରିଟ୍ରିଟ ଫେଷ୍ଟିଭାଲ ଉଦ୍ଘାଟନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାଷୀ ମାଧ୍ୟମରେ ଯୋଗ ଦେଇ ବାଙ୍ଗାଲୋର ରୁ ଉଦ୍ଘାଟନ କରିଥଲେ। ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ରେ ମୁଖ୍ୟ ଅତିଥି ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ନାଉରୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ପର୍ଯ୍ୟଟନ ବିଭାଗ ସହାୟକ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଦଳେଇ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଇକୋ ରିଟ୍ରିଟ ନଭେମ୍ବର ୧୫ ରୁ ଆରମ୍ଭ ହେବାକୁ ଥିବା ଏହି ଫେଷ୍ଟିଭାଲ ଫେବୃଆରୀ ୧୨ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ରହଣି ପାଇଁ ୨୫ ଟି ବିଳାସପୂର୍ଣ୍ଣ କଟେଜର ବ୍ୟବସ୍ଥା କରାଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ, ରୋପ ୱେ, ହୁମାର ବକ୍ର ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର, ସମଲେଶ୍ଵରୀ ମନ୍ଦିର ପରିଦର୍ଶନର ବ୍ୟବସ୍ଥା କରାଯାଇଛି । ଏହି କଟେଜରେ ଗୋଟିଏ ଦିନର ରହଣି(ସୋମବାରରୁ ଶୁକ୍ରବାର ) ୫ ହଜାର ଟଙ୍କା ଏବଂ ଶନିବାର ଓ ରବିବାର ପ୍ରତି କଟେଜର ମୂଲ୍ୟ ୬ ହଜାର ଟଙ୍କା ସହିତ ସ୍ଵତନ୍ତ୍ର ଦିବସ ଯଥା ୨୦ ଡ଼ିସେମ୍ବରରୁ ୪ ଜାନୁଆରୀ ପାଇଁ ୭ ହଜାର ଟଙ୍କା ରହିଛି । ଏହାସହ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସାଂସଦ ଙ୍କ ପ୍ରତିନିଧି ନାଉରୀ ନାୟକ ଇକୋ ରିଟ୍ରିଟ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ପର୍ଯ୍ୟଟକ ଆନନ୍ଦ ଉଠାଇବେ ତାହା ନୁହେଁ ପର୍ଯ୍ୟଟନସ୍ଥଳୀରେ ରୋଜଗାର କରି ପେଟ ପୋଷୁଥିବା ଲୋକଙ୍କୁ ମଧ୍ୟ ଅର୍ଥ ଉର୍ପାଜନର ରାହା ମିଳିବ ବୋଲି କହିଥିଲେ । ସମ୍ବଲପୁର ର ଅନେକ ଐତିହ ସ୍ତାନ ଅଛି ଯାହାକୁ ପର୍ଯ୍ୟଟନସ୍ଥଳୀରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ସେ ଆଶା ବ୍ୟକ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande