
ଭବାନୀପାଟଣା, 15ନଭେମ୍ବର (ହି ସ): ଆଜି ଜିଲ୍ଲାସ୍ତରୀୟ ଜନଜାତୀୟ ମହୋତ୍ସବ, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଆନୁକୁଲ୍ୟରେ ସ୍ଥାନୀୟ ଟାଉନ୍ହଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଗୁଜୁରାଟର ନର୍ମଦା ଜିଲ୍ଲା, ଦେଦିଆପଡ଼ାରୁ ହୋଇଥିବା କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରସାରଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ, କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ଯୋଗଦାନ କରିଥିଲେ । ସାଂସଦ ବୀର ସହିଦ୍ ମାନଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାରତୀୟ ସାଧୁନତା ସଂଗ୍ରାମରେ ଜନଜାତୀୟ ବୀର ସଂଗ୍ରାମୀ ଯଥା:- ଭଗବାନ ବିର୍ସାମୁଣ୍ଡା, ସହୀଦ୍ ଲକ୍ଷ୍ମଣ ନାୟକ, ସହୀଦ୍ ବୀର ସୁରେନ୍ଦ୍ର ସାଏ, ବୀର ସହିଦ୍ ରେଣ୍ଡୋମାଝୀଙ୍କର ଅବଦାନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ବ୍ୟତୀତ ପ୍ରକଳ୍ପ ପଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଥୁ. ରାମପୁର, ପ୍ରଦ୍ୟୁମ୍ନ କୁମାର ଦାଶ, ଜିଲ୍ଲା ମଙ୍ଗଳ ଅଧୁକାରୀ, ଶ୍ରୀଯୁକ୍ତ ଅନ୍ତର୍ଯାମୀ କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ହଳଧର ନିଆଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ମା ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନ୍ନା, ମାନ୍ୟବର ସାଂସଦଙ୍କର ପ୍ରତିନିଧୁ ଜୟଶଙ୍କର ନାୟକ ଉକ୍ତ ସଭାରେ ଉପସ୍ଥିତ ଥିଲେ । ସଂଜୀବ ପଣ୍ଡା ଆଜିର କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଜନଜାତୀୟ ଗୌରବ ଦିବସ ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ର ପି.ଏମ୍. ‘ଜନମନ’ ଅନ୍ତର୍ଗତ ୬ ଗୋଟି ବହୁମୁଖୀ କେନ୍ଦ୍ରର ଲୋକାର୍ପଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୧୦ ଗୋଟି ରାସ୍ତା ଏବଂ ୨ ଗୋଟି ସେତୁର ଭିତିପ୍ରସ୍ତର ସ୍ଥାପନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ମୁଖ୍ୟଅତିଥ୍ ମାନ୍ୟବର ସାଂସଦ ମହୋଦୟାଙ୍କ ଦ୍ବାରା ବିଭିନ୍ନ କୃତି ପ୍ରତିଯୋଗୀ ଏବଂ ଜନଜାତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥୁଲା ।ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ