କଲମ ପରିବାର ଟ୍ରଷ୍ଟ ପକ୍ଷରୁ ସମ୍ବଲପୁରୀ ବହି ହାଟ
କଲମ ପରିବାର ଟ୍ରଷ୍ଟ ପକ୍ଷରୁ ସମ୍ବଲପୁରୀ ବହି ହାଟ
କଲମ ପରିବାର ଟ୍ରଷ୍ଟ ପକ୍ଷରୁ ସମ୍ବଲପୁରୀ ବହି ହାଟ


କଲମ ପରିବାର ଟ୍ରଷ୍ଟ ପକ୍ଷରୁ ସମ୍ବଲପୁରୀ ବହି ହାଟ


ସମ୍ବଲପୁର, ୧୫ ନଭେମ୍ବର (ହି.ସ.) ସମ୍ବଲପୁରୀ ବହି ହାଟ୍ ଆୟୋଜନ ନେଇ ଆଜି କଲମ ପରିବାର ସଦସ୍ୟମାନେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ସହ ଆଲୋଚନା କରିଛନ୍ତି। ଗତ ଦୁଇ ବର୍ଷ ହେଲା ସମ୍ବଲପୁରୀ ଭାଷାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଓ ଲେଖକଙ୍କୁ ପ୍ରୋତ୍ସାହିତ କରିବା ସହ ପାଠକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଁ କଲମ ପରିବାର ପକ୍ଷରୁ 'ସମ୍ବଲପୁରୀ ବହି ହାଟ୍' ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ଆସନ୍ତା ଡିସେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ଗଙ୍ଗାଧର ମଣ୍ଡପରେ 'ସମ୍ବଲପୁରୀ ବହି ହାଟ୍' ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ସଂସ୍କୃତି ବିଭାଗ 'ସମ୍ବଲପୁରୀ ବହି ହାଟ୍' ଆୟୋଜନରେ ସହଯୋଗ ପାଇଁ 'କଲମ ପରିବାର' ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ 'କଲମ ପରିବାର' ଟ୍ରଷ୍ଟର ସଭାପତି ତଫିଜୁଲ ହୁସେନ, ସମ୍ପାଦକ କ୍ଷେତ୍ରମଣି ବିଭାର, କୋଷାଧ୍ୟକ୍ଷ ମହମ୍ମଦ ପରବେଜ ଅଲ୍ଲୀ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, 'କଲମ ପରିବାର' ଟ୍ରଷ୍ଟ ସମ୍ବଲପୁରୀ ଭାଷା ସହ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି। ମାସିକ ସାହିତ୍ୟ ଆସର, ଜାତୀୟ ଓ ରାଜ୍ୟସ୍ତରୀୟ କବି ସମ୍ମିଳନୀ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିଆସୁଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ଲେଖକ ମାନଙ୍କ ଦ୍ବାରା ରଚିତ ବିଭିନ୍ନ ପୁସ୍ତକର ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନଥିବାରୁ ତାହା ଲୋକ ଲୋଚନକୁ ଆସିପାରୁନି। ଏଭଳି ସ୍ଥିତିରେ 'କଲମ ପରିବାର' ଟ୍ରଷ୍ଟ ଗତ ୨୦୨୩ ଠାରୁ 'ସମ୍ବଲପୁରୀ ବହି ହାଟ୍' କାର୍ଯ୍ୟକ୍ରମ ଆୟୋଜନ କରି ସମ୍ବଲପୁରୀ ଭାଷା ସାହିତ୍ୟ ବିକାଶରେ ଅଗ୍ରଣୀ ଭୂମିକା ତୁଲାଇ ଆସୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande