
କେନ୍ଦୁଝର, 15 ନଭେମ୍ବର (ହି.ସ.) ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ହୃଦାନନ୍ଦ ବାରିକଙ୍କ ଘରୁ କବାଟ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୁତ୍ତ । ସୂଚନା ଅନୁସାରେ ହୃଦାନନ୍ଦ ବାରିକ ବଡପଦନା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ରାମଚନ୍ଦ୍ରପୁରରେ ଏକ ଭଡା ଘରେ ରହୁଥୁଲେ ଗତକାଲି ତାଙ୍କ ପରିବାର ଲୋକ ନିଜ ଗାଁ ରାକଦେଇପୁର ଯାଇଥିଲେ। ଆଜି ୪ଟା ସମୟରେ ଦୂର୍ବୃତ୍ତ ମାନେ କାର ଗାଡ଼ି ଯୋଗେ ଆସି ହୃଦାନନ୍ଦ ଙ୍କ ଘର ସମ୍ମୁଖରେ କାର ଗାଡ଼ି ଠିଆ କରି ଘରେ ପଶି ଘର ଭିତରେ ଥିବା ସୁନା ଚେନ, ସୁନା କାନଫୁଲ, ନଗଦ ୬୦,୦୦୦ ହଜାର ଟଙ୍କା ନେଇ ଗାଡ଼ି ଯୋଗେ ଚୋର ମାନେ ଚମ୍ପଟ ମାରିଥିଲେ। ଗାଁ ଲୋକଙ୍କ କହିବା ଅନୁଯାୟୀ ଘର ସମ୍ମୁଖରେ ତାଙ୍କ ଘରକୁ କେହି କୁଣିଆ ଆସିଥୂବେ ବୋଲି ନଜର ଦେଇ ନଥୁଲେ । ହୃଦାନନ୍ଦଙ୍କ ପରିବାର ଗାଁରୁ ଘରକୁ ଫେରିଆସି ଦେଖୁଲା ବେଳକୁ ତାଙ୍କର ଘର ବାହାର ଗେଟ୍ ତାଲା ଭଙ୍ଗା ହୋଇଥିବା ଦେଖୁବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ଡ଼ାକିବା ସହିତ ରାମଚନ୍ଦ୍ରପୁର ପୋଲିସ୍ କୁ ଖବର ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA