ଦୁଇ ଯୁବକ ପ୍ରେମିକାକୁ ଆଇଫୋନ ଉପହାର ଦେବା ଚକ୍କରରେ ସାଜିଲେ ଗଞ୍ଜେଇ ବେପାରୀ
ମାଲକାନଗିରି, ୧୫ ନଭେମ୍ବର (ହି.ସ.)- ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମ ଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଚକ୍କରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ପୁଲିସ ହାତରେ ଧରା ପଡ଼ିଛନ୍ତି। ଶୁକ୍ରବାର ଦିନ ପେଟ୍ରୋଲିଂ ସମୟରେ ଏମଭି ୭୯ ପୁଲିସ ଟିମ୍ ଲା
ଦୁଇ ଯୁବକ ପ୍ରେମିକାକୁ ଆଇଫୋନ ଉପହାର ଦେବା ଚକ୍କରରେ ସାଜିଲେ ଗଞ୍ଜେଇ ବେପାରୀ


ମାଲକାନଗିରି, ୧୫ ନଭେମ୍ବର (ହି.ସ.)- ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମ ଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଚକ୍କରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ପୁଲିସ ହାତରେ ଧରା ପଡ଼ିଛନ୍ତି। ଶୁକ୍ରବାର ଦିନ ପେଟ୍ରୋଲିଂ ସମୟରେ ଏମଭି ୭୯ ପୁଲିସ ଟିମ୍ ଲାଛିପେଟା ଛକ ନିକଟରେ ସନ୍ଦେହ ହେବାରୁ ଏକ ଏକ୍ଟିଭା ସ୍କୁଟିକୁ ଚେକିଙ୍ଗ କରିଥିଲେ। ସେଥିରେ ମୋଟ ୨୨ କିଲୋ ଗଞ୍ଜେଇ ମିଳିଥିଲା। ମଧ୍ୟରାତିରେ ସେମାନେ ଗଞ୍ଜେଇକୁ ଅନ୍ୟ ଅଞ୍ଚଳକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବାକୁ ଚେଷ୍ଟା କରୁଥିବା ତଥ୍ୟ ମିଳିଛି।

ଧରାପଡ଼ିଥିବା ଯୁବକ ଦୁଇ ଜଣ ହେଲେ ଟି. ତ୍ରିନାଥ କୁମାର ଏବଂ ବି. ୟୁଵାଚାରଣ ଆଦିତ୍ୟ। ଉଭୟ ତେଲେଙ୍ଗାନା ରାଜ୍ୟର ଖମ୍ମମ ଜିଲ୍ଲାର ବାସିନ୍ଦା। ପୁଲିସ ସୂତ୍ର ଅନୁସାରେ, ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ। ଚୋରା ଚାଲାଣରେ ବ୍ୟବହୃତ ଏକ୍ଟିଭା ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ତେବେ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଚକ୍କରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିବା ଏମି.ଭି-୭୯ ଥାନା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande