ଜନ ଜାତୀୟ ଗୈାରବ ଦିବସ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- ଜିଲ୍ଲା ପ୍ରଶାସନ(ମଙ୍ଗଳ ବିଭାଗ ) ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭାବନରେ ଜନଜାତୀୟ ଗୌରବ ଦିବସ-୨୦୨୫ ଓ ଭଗବାନ ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅ
ଜନ ଜାତୀୟ ଗୈାରବ ଦିବସ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ


କେନ୍ଦ୍ରାପଡା, ୧୫ ନଭେମ୍ବର (ହି.ସ.)- ଜିଲ୍ଲା ପ୍ରଶାସନ(ମଙ୍ଗଳ ବିଭାଗ ) ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭାବନରେ ଜନଜାତୀୟ ଗୌରବ ଦିବସ-୨୦୨୫ ଓ ଭଗବାନ ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରୀଷ୍ଣ ଜେନା ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିମଞ୍ଜରୀ ପ୍ରଧାନ ଜନଜାତି ସମୂହର ପ୍ରତିନିଧି ଭାବେ କାଲୁ ମାରାଣ୍ଡି ଓ ମକରା ଟୁଟୁ ଯୋଗ ଦେଇଥିଲେ । ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଆତ୍ମପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତ୍ତିମନ୍ତ ପ୍ରତୀକ । ଧରିତି ଆବା ଭଗବାନ ବିର୍ସା ମୁଣ୍ଡଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ପାଳନ କରିବାର ପରମ୍ପରା ସୃଷ୍ଟି କରି ଦେଶର ଆଦିବାସୀ ସମାଜକୁ ଏହାର ଇତିହାସ, ସଭ୍ୟତା, ସଂସ୍କୃତି ଓ ଆତ୍ମପରିଚୟକୁ ପୁଣି ଥରେ ସିଂହାବଲୋଚନ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣ ଆଭାସୀ ମାଧ୍ୟମରେ ବ୍ୟକ୍ତ କରିଥିଲେ । ବିର୍ସା ମୁଣ୍ଡାଙ୍କ ସଂଘର୍ଷର ସ୍ୱର୍ଣ୍ଣିମ କାହାଣୀ ସହ ଓଡିଶାର ବ୍ରିଟିଶ ବିରୋଧୀ ସଂଗ୍ରାମର ଆଦିବାସୀ ମହାନାୟକମାନଙ୍କୁ ମନେ ପକାଇ ସେମାନଙ୍କୁ ସ୍ମୃତିର ଅର୍ଘ୍ୟ ଦେବା ସହ ଆଦିବାସୀ ଜନଜାତିର ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ମୁଖ୍ୟ ଅତିଥି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରୀୟ ଉତ୍ସବରେ ମହାକାଳପଡ଼ାର ମିଲି ମାଝୀଙ୍କୁ ଫୁଟବଲ ଖେଳ ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା । ଜନଜାତୀୟ ଗୌରବ ଦିବସ ପାଳନ ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାସ୍ତରୀୟ ଉତ୍ସବରେ ଜନଜାତି ସମୂହର ଆଦିବାସୀ ନେତା, ପୁରୁଷ, ମହିଳା, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ମଙ୍ଗଳ ବିଭାଗର କର୍ମକର୍ତ୍ତା ଉମେଶ ଚନ୍ଦ୍ର ମହାଳିକ, ପ୍ରଦୀପ ଦାସ, ସୁଦାମ ଚରଣ ମଲ୍ଲିକ, ଜିଲ୍ଲା ବୃତ୍ତି ସଂଯୋଜକ ବଳରାମ ପାଢ଼ୀ, ସଂଗ୍ରାମ ଦାସ ଓ ଜିଲ୍ଲା କାର୍ଯ୍ୟ।ଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande