କେନ୍ଦୁଝର ସହରର ମାଧପୁର ସ୍ଥିତ କାଳୀ ମନ୍ଦିରର ନୂତନ ମନ୍ଦିର ନିମନ୍ତେ ନୂତନ କାର୍ଯ୍ୟକର୍ତ୍ତା ମନୋନୀତ
କେନ୍ଦୁଝର, ୧୫ ନଭେମ୍ବର (ହି.ସ.)- ମାଧପୁର ମା'' କାଳୀ ମନ୍ଦିରର ପରିଚାଳନା କମିଟି ତରଫରୁ ବଡଘାଗରା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ନିର୍ମାଣ ହେବାର ପାଖାପାଖି ୫୦ ବର୍ଷରୁ ଅଧିକ ସମୟ ହୋଇଯାଇଛି। ଏହି ପରିଚାଳନା କମିଟି ଆଜି ଏକ ନିର୍ମାଣ କମିଟି କରି ମନ୍ଦିର ନୂତନ ଭାବରେ ନ
କେନ୍ଦୁଝର ସହରର ମାଧପୁର ସ୍ଥିତ କାଳୀ ମନ୍ଦିରର ନୂତନ ମନ୍ଦିର ନିମନ୍ତେ ନୂତନ କାର୍ଯ୍ୟକର୍ତ୍ତା ମନୋନୀତ


କେନ୍ଦୁଝର, ୧୫ ନଭେମ୍ବର (ହି.ସ.)- ମାଧପୁର ମା' କାଳୀ ମନ୍ଦିରର ପରିଚାଳନା କମିଟି ତରଫରୁ ବଡଘାଗରା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ନିର୍ମାଣ ହେବାର ପାଖାପାଖି ୫୦ ବର୍ଷରୁ ଅଧିକ ସମୟ ହୋଇଯାଇଛି। ଏହି ପରିଚାଳନା କମିଟି ଆଜି ଏକ ନିର୍ମାଣ କମିଟି କରି ମନ୍ଦିର ନୂତନ ଭାବରେ ନିର୍ମାଣ କରିବାକୁ ସ୍ଥିରୀକୃତ କରିଛି। ଏହି ନିର୍ମାଣ କମିଟିର ସଂଯୋଜକ ପ୍ରଫୁଲ୍ଲ ସାହୁ, ନିର୍ମାଣ ସମ୍ପାଦକ ପ୍ରିୟବ୍ରତ ଜେନା, ଉନ୍ନୟନ ସମ୍ପାଦକ ଭୂଷିତ ଚାୱଡା ଏବଂ ନିର୍ମାଣ କୋଷାଧକ୍ଷ ଭାବରେ ଭଗବାନ ନାଏକଙ୍କ ନାମ ସର୍ବସମ୍ମତି କ୍ରମେ ସ୍ଥିରୀକୃତ ହୋଇଛି। ଏହି କମିଟି ଆଗାମୀ ଦିନରେ ମନ୍ଦିରର ନିର୍ମାଣ କାମ ତଦାରଖ କରିବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande