ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀରରେ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ
ବଲାଙ୍ଗିର, ୧୫ ନଭେମ୍ବର (ହି.ସ.) ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ର “ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଓ ହସ୍ତଶିଳ୍ପ ମେଳା ” ହର୍ଷୋଲ୍ଲାସପୂର୍ବକ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଉଦ୍ଘାଟନୀ ଉତ୍ସବରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ପୂଜ୍ୟ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞ
ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀରରେ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ


ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀରରେ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ


ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀରରେ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ


ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀରରେ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ


ବଲାଙ୍ଗିର, ୧୫ ନଭେମ୍ବର (ହି.ସ.) ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ର “ ନବମ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନ, କଳା ଓ ହସ୍ତଶିଳ୍ପ ମେଳା ” ହର୍ଷୋଲ୍ଲାସପୂର୍ବକ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଉଦ୍ଘାଟନୀ ଉତ୍ସବରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ପୂଜ୍ୟ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱାଳନପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ଆଠଟି ଶାଖାରୁ ମୋଟ ୮୫ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଦ୍ୱିତୀୟ ଦିବସ ଉଦଯାପନୀ ସମାରୋହରେ “ ୧୨ଟି ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ” କୁ ପୁରସ୍କୃତ କରାଯାଇଥିଲା। ଏତଦ୍ ସହିତ ସାଧାରଣ ଜ୍ଞାନ, ବିଜ୍ଞାନ ସେମିନାର, ବିଜ୍ଞାନ ପରୀକ୍ଷଣ, ଡ୍ରଇଂ ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉତ୍ସବ ଅବସରରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଉପ-ପ୍ରାଚାର୍ଯ୍ୟ ଡ. ସୁଧୀର କୁମାର ସାହୁ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାସ୍କର ମାଝୀ ଥିବାବେଳେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ତଥା ବିଦ୍ୟାଳୟର ସଭାପତି ସ୍ୱାମୀ ଶ୍ରୀ ସତ୍ୟବେଦାନନ୍ଦ ସରସ୍ୱତୀ, ପରିଷଦର କୋଷାଧ୍ୟକ୍ଷ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀ, ବିଦ୍ୟା ମନ୍ଦିର ସଂପାଦକ ଶ୍ରୀଯୁକ୍ତ ନବୀନ କୁମାର ବେଦବାକ, ନିର୍ଦ୍ଦେଶିକା ମାଁ ଶ୍ରଦ୍ଧାମୂର୍ତ୍ତି, ପ୍ରଚାର୍ଯ୍ୟ ଡ. ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ବିଜ୍ଞାନମେଳା ସଂଯୋଜକ ଚନ୍ଦ୍ର କୁମାର ପୁରୋହିତ ଆଦି ଉପସ୍ଥିତ ଥିଲେ । ବିଜ୍ଞାନମେଳା କୁ ବିଦ୍ୟା ମନ୍ଦିରର ବିଜ୍ଞାନ ବିଭାଗ ପ୍ରମୁଖ ସୁଶ୍ରୀ ଇଲାମୟୀ ପଟ୍ଟନାୟକ ଓ ରାଜାରାମ ପୁରୋହିତ ପରିଚାଳନା କରିଥିବା ବେଳେ ସଭାକାର୍ଯ୍ୟକୁ ବିଦ୍ୟା ମନ୍ଦିର ସଂଯୋଜକ ଶ୍ରୀ ସମ୍ବିତ୍ କୁମାର ସଂଯୋଜନା କରିଥିଲେ ।

-------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande