
କନ୍ଧମାଳ , ୧୫ ନଭେମ୍ବର (ହି.ସ.)ଫୁଲବାଣୀ ସହରର ପୁରାତନ ସରକାରୀ ପୋଲିସ୍ ଲାଇନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିଶୁଦିବସ ଉପଲକ୍ଷେ, ଫୁଲବାଣୀ, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମାନଙ୍କ ଏହି ଉଲ୍ଲେଖନୀୟ ସଫଳତା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ର ଅବସର ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ତ୍ରିପାଠୀ କହିଛନ୍ତି । ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ସମସ୍ତ ବିଜେତା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ