କୋରାପୁଟ ଜିଲ୍ଲା ବହୁବୃତି ଶିକ୍ଷା ଅନୁଷ୍ଠାନରେ ବି ଟେକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଦାବୀ
ଜୟପୁର, 15 ନଭେମ୍ବର (ହି.ସ.)- ଜୟପୁର ବ୍ଲକ ଅମ୍ବାଗୁଡା ପଞ୍ଚାୟତରେ ୨୦୧୪ ମସିହାରୁ ସ୍ଥାପିତ ହୋଇଥିବା କୋରାପୁଟ ଜିଲ୍ଲା ବହୁବୃତି ଶିକ୍ଷା ଅନୁଷ୍ଠାନ ପଲିଟେକନିକ କଲେଜରେ ଇଞ୍ଜିନିୟରିଙ୍ଗ ପାଠର ଉଚ୍ଚ ଶିକ୍ଷା ନିମନ୍ତେ ବି ଟେକ ଏବଂ ଏମ ଟେକ ପାଠ୍ୟକ୍ରମ ତୁରନ୍ତ ଆରମ୍ଭ କରିବାକୁ ବିଭିନ୍ନ ଅନୁଷ୍ଠାନ
କୋରାପୁଟ ଜିଲ୍ଲା ବହୁବୃତି ଶିକ୍ଷା ଅନୁଷ୍ଠାନରେ ବି ଟେକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଦାବୀ।


ଜୟପୁର, 15 ନଭେମ୍ବର (ହି.ସ.)- ଜୟପୁର ବ୍ଲକ ଅମ୍ବାଗୁଡା ପଞ୍ଚାୟତରେ ୨୦୧୪ ମସିହାରୁ ସ୍ଥାପିତ ହୋଇଥିବା କୋରାପୁଟ ଜିଲ୍ଲା ବହୁବୃତି ଶିକ୍ଷା ଅନୁଷ୍ଠାନ ପଲିଟେକନିକ କଲେଜରେ ଇଞ୍ଜିନିୟରିଙ୍ଗ ପାଠର ଉଚ୍ଚ ଶିକ୍ଷା ନିମନ୍ତେ ବି ଟେକ ଏବଂ ଏମ ଟେକ ପାଠ୍ୟକ୍ରମ ତୁରନ୍ତ ଆରମ୍ଭ କରିବାକୁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହ ସାଧାରଣରେ ଦାବୀ ହୋଇଛି। କୋରାପୁଟ ଜିଲ୍ଲାରେ ଇଞ୍ଜିନିୟରିଙ୍ଗ ଶିକ୍ଷା ନେବା ପାଇଁ କେବଳ ଘରେଇ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ରାଜ୍ୟ ସରକାର ଅନୁମତି ଦେଇ ଅଛନ୍ତି ବାସ୍ତବରେ ଘରେଇ ଇଞ୍ଜିନିୟରିଙ୍ଗ ଶିକ୍ଷା ଅନୁଷ୍ଠାନ ମାନେ ସରକାରଙ୍କ ଆଦେଶ ଅନୁଯାଇ କେତେ ପ୍ରତିଶତ ଛାତ୍ର ଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷା ଦେବାର ବିଧି ଏବଂ ନିର୍ଦ୍ଧେଶ ରହିଥିଲେ ସୁଦ୍ଧା ଘରେଇ ଅନୁଷ୍ଠାନ ଗୁଡିକ ସରକାରଙ୍କ ଆଦେଶର ଧଜିଆ ଉଡାଉଥିବାରୁ ସାଧାରଣରେ ସରକାରଙ୍କୁ ନିନ୍ଦା କରାଯାଉଥିବା ଦେଖାଯାଇଛି।ଘରେଇ ଇଞ୍ଜିନିଅରିଙ୍ଗ ଶିକ୍ଷା ଅନୁଷ୍ଠାନ ଗୁଡିକରେ ବିଭିନ୍ନ ଆଳରେ ଫିସ ଏବଂ ଅନ୍ୟାନ୍ୟ ଦେୟ ବାବଦକୁ ବହୁ ଅର୍ଥ ରାଶି ଶିକ୍ଷାର୍ଥୀଙ୍କ ଠାରୁ ଆଦାୟ କରୁଥିଲେ ସୁଦ୍ଧା ସଠିକ ଭାବେ ଶିକ୍ଷକ ଯୋଗାଇ ଦେଉନଥିବାରୁ ଛାତ୍ର ଛାତ୍ରୀ ଉଚିତ ଏବଂ ସମ୍ପୂର୍ଣ୍ଣ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।ଘରେଇ ଇଂଜିନିୟରିଙ୍ଗ ଶିକ୍ଷା ଅନୁଷ୍ଠାନ ଗୁଡିକ ଜିଲ୍ଲାରେ ସରକାରୀ ବିଟେକ ଏବଂ ଏମଟେକ ଇଂଜିନିୟରିଙ୍ଗ ଶିକ୍ଷା ଅନୁଷ୍ଠାନ ନ ଖୋଲିବା ପାଇଁ କେତେକ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଆପ୍ୟାୟୀତ କରି ଏହାକୁ ବିଧାନସଭାରେ କିମ୍ବା ସଚିବ ସ୍ତରରେ ଦାବୀ ନକରିବାକୁ ସମସ୍ତ ସୁବ୍ୟବସ୍ଥା କରିବା ସହ ନିର୍ବାଚନରେ ଆର୍ଥିକ ସହାୟତା ଯୋଗାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଉଚ୍ଚ ଶିକ୍ଷିତ କୋରାପୁଟ ଜିଲ୍ଲା ସାଂସଦ ଏବଂ ବହୁବାର ଜୟପୁର ଏବଂ କୋରାପୁଟ ବିଧାନସଭା ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତଥାକଥିତ ନେତୃ ବର୍ଗ କୋରାପୁଟ ଜିଲ୍ଳା ଜୟପୁର ଠାରେ ଏକ ସରକାରୀ ଇଞ୍ଜିନିୟରିଙ୍ଗ କଲେଜ କରିବା ନିମନ୍ତେ କାହିଁକି ଦାବୀ କରୁନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଘରେଇ ଇଂଗିନୀୟରିଙ୍ଗ କଲେଜ ପ୍ରତିଷ୍ଠାତାଙ୍କ ଦ୍ୱାରା ଆପ୍ୟାୟିତ ହୋଇ ଚୁପ ବସି ନାହାନ୍ତିତ ବୋଲି ସାଧାରଣରେ ସନ୍ଦେହ ଉଙ୍କି ମାରୁଛି।୨୦୧୪ ମସିହା ଠାରୁ ପ୍ରତିଷ୍ଠା ହୋଇଥିବା କୋରାପୁଟ ଜିଲ୍ଲା ବୋହୂବୃତ୍ତି ଶିକ୍ଷା ଅନୁଷ୍ଠାନର ଗୃହ୍ୟକୁ ସାମାନ୍ୟ ରଙ୍ଗ ଟିକେ କରାଯାଇ ନଥିବା ବେଳେ ବିଦ୍ୟୁତ ସଂଯୋଗ ଏବଂ ସ୍ଵିଚ ଗୁଡ଼ିକ ଭାଙ୍ଗି ରୁଜି ଯାଇଛି ଏହାକୁ ମୋରାମୋତି କରିବାକୁ ଜୟପୁର ମଣ୍ଡଳ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ତିଳେ ମାତ୍ର ସ୍ପୃହା ନଥିବା ସାଧାରଣରେ ପ୍ରତିତ ହେଉଛି।କୋରାପୁଟ ଜିଲ୍ଲା ଜୟପୁର ଅମ୍ବାଗୁଡା ଠାରେ ରହିଥିବା ବହୁବୃତି ଶିକ୍ଷା ଅନୁଷ୍ଠାନ ପଲିଟେକନିକ କଲେଜରେ ସମସ୍ତ ସାଧନ ରହିଥିବା ହେତୁ ଚଳିତ ଶିକ୍ଷା ବର୍ଷ ଠାରୁ ବିଟେକ ଏବଂ ଏମଟେକ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମ ଆରମ୍ବ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ସାଧାରଣରେ ଦାବୀ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande